Friday, November 20, 2026
ADVERTISEMENT
Home ଜାତୀୟ ମନ୍ଧୁସାରେ କାର ଦୁଘଟଣା ୫ମୃତ,୧ଗୁରୁତର

ମନ୍ଧୁସାରେ କାର ଦୁଘଟଣା ୫ମୃତ,୧ଗୁରୁତର

303
ADVERTISEMENT

ପାଲାସା,୪ା୧(ଡି.ଏଚ): ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲା କୋଟପଲି ଗ୍ରାମ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆଜି ସକାଳ୭ଟାବେଳେ ଏକ କାର ଭରସମ୍ୟ ହରେଇ କୋତପାଲି ଗ୍ରାମ ନିକଟରେ ଥିବା ମୋହେନ୍ଦ୍ରତନୟା ବ୍ରିଜ ତଳକୁ ଖସିପଡ଼ିଲା । କାରରେ ମୋଟ ୬ଜଣ ଯାତ୍ରୀ ରହିଥିବା ବେଳେ ସେମାନଙ୍କ ମଧ୍ୟରେ୫ଜଣ ମୃତ୍ୟୁ ହୋଇଥିବା ବେଳେ ଜଣକର ଅବସ୍ଥା ଗୁରୁତର ରହିଛି । ଗୁରୁତର ଜଣକୁ ପଲାସା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ଶିଶୁ ଥିବା ଜଣାପଡିଛି । ପ୍ରାଥମିକ ତଦନ୍ତରୁ ସମସ୍ତ ଯାତ୍ରୀ ପାତ୍ରପୁର ବ୍ଲକ ଖାରିଆଗୁଡା ପଞାୟତର ଜଗଦେବପୁର ଗ୍ରାମରେ ବୋଲି ଜଣାପଡିଛି। ମୃତ ଶିଶୁ ଜଣଙ୍କ ଆଦଶ କୁମାର ଜେନା(୩)।ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ସହ ପରିବାରର ଜଣେ ବନ୍ଧୁ ମଧ୍ୟ ଉକ୍ତ କାରରେ ଥିଲେ । ୨ମହିଳା ,୨ପୁରୁଷ ଓ ୧ ଶିଶୁଙ୍କ ମୃତ୍ୟୁହୋଇଛି। ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ଦୁଘଟଣାର କିଛି ସମୟ ପୂବରୁ ସେମାନେ ଏକ ଚା ଦୋକାନରେ ଚା ପିଇ ଜରଡା ଅଭିମୁଖେ ବାହାରିଥିଲେ । ଆନ୍ଧ୍ର ପୋଲିସ ପକ୍ଷରୁ କ୍ରେନ ସାହାଯ୍ୟରେ କାରଟିକୁ ବାହାର କରାଯାଇଥିବା ବେଳେ (ଓଡି୦୨ବିବି୨୨୮୨)କାର ଯୋଗେ ସମସ୍ତେ ସିମାଞଳ ଯାଇଥିଲେ। ଘଟଣା ସ୍ଥଳରେ ଆନ୍ଧ୍ର ପୋଲିସ ତଦନ୍ତ ଚଳାଇଛି।ମୃତକ ମାନେ ଦଣ୍ଡପତି ପ୍ରତାପ (୨୯),୨୫ ବଷିୟା ପ୍ରତାପ କଂ ସ୍ତୀ,ତ୍ରୀଲୋଚନ ଜେନା (29)ଆହାତ ହୋଇଥିବା ଜଣାପଡିଛି।

Advertisement