ଝାଡ଼ଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା

284
ADVERTISEMENT

ରାଞ୍ଚି, ୨୫/୬(ଏଜେନ୍ସି) : ଝାଡ଼ଖଣ୍ଡରେ ଏକ ମର୍ମନ୍ତୁଦସଡକ ଦୁର୍ଘଟଣା । ଝାଡ଼ଖଣ୍ଡର ଗଢ଼ବା-ଅମ୍ବିକାପୁର ରାଜରାସ୍ତାରେ ଥିବା ଅନ୍ନରାଜ ନାବାଡିହି ଘାଟିରେ ଏକ ଯାତ୍ରୀବାହୀ ବସ ଖସିବା ଫଳରେ ୬ ଜଣଙ୍କର ମୃତ୍ୟୁ ଘଟିବା ସହ ୩୯ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସୂଚନାନୁସାରେ ,ପାହାଡିଆ ଅଚଂଳ ଦେଇ ବସଟି ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ନିଜର ଗନ୍ତବ୍ୟସ୍ଥଳକୁ ଯାଉଥିବା ବେଳେ ଚାଳକ ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଥିବା ପ୍ରାରମ୍ଭିକ ରିପୋର୍ଟରୁ ଜଣାଯାଇଛି। ଯାତ୍ରୀବାହୀ ବସଟି ଅମ୍ବିକାପୁରରୁ ସାସାରାମ ଅଭିମୁଖେ ଯାଉଥିଲା ବୋଲି ଜଣାଯାଇଛି।

Advertisement