Saturday, September 26, 2026
ADVERTISEMENT
Home କୋରାପୁଟ ବିବାହର ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ପରେ ଧୋକା

ବିବାହର ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ପରେ ଧୋକା

317
ADVERTISEMENT

ବୋରିଗୁମ୍ମା,୨୭।୧୨(ଡି.ଏଚ/ଦୟାନିଧି ପଟ୍ଟନାୟକ) : ଜଣେ ନାବାଳିକାଙ୍କୁ ବିବାହର ପ୍ରତିଶୃତି ଦେଇ ଜଣେ ଯୁବକ ଶାରୀରିକ ସମ୍ପର୍କ ସ୍ଥାପନ କରି ଆସୁଥିଲେ।ଏମିତିକି ନାବାଳିକା ଜଣକ ଏବେ ୬ ମାସର ଗର୍ଭବତୀ। ଠିକ ଏତିକି ବେଳେ ସମ୍ପୃକ୍ତ ଯୁବକ ଜଣକ ନାବାଳିକାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ। ଆଉ ଶେଷରେ ନାବାଳିକା ଜଣକ ନ୍ୟାୟ ପାଇବା ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତ। ଏଭଳି ଘଟଣା ଘଟିଛି କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ହଡ଼ପା ଗ୍ରାମରେ। ଏହି ଗ୍ରାମର ଏକ ନାବାଳିକା ଛଅ ମାସର ଗର୍ଭବତୀ ନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଥାନାରେ ଅଟକ ରଖାଯାଇଛି ଥିବା ଜଣାପଡିଛ। ସୂଚନା ଅନୁଯାୟୀ ହଡ଼ପା ଗ୍ରାମର ଜୈନିକ ନାବାଳିକା (16)ଙ୍କୁ ଉକ୍ତ ଗ୍ରାମର ଟଙ୍କଧର ଭତରା (20) ଅନିଚ୍ଛା ସତ୍ୱେ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା। ବାରମ୍ବାର ମିଛ ପ୍ରତିଶ୍ରୁତି ଦେଇ ପୁଣି ଉକ୍ତ କାର୍ଯ୍ୟରେ ଲିପ୍ତ ଥିଲା।ନାବାଳିକା ଛଅ ମାସର ଗର୍ଭବତୀ ପରେ ଘଟଣାଟି ଲୋକଲଚନକୁ ଆସିବା ପରେ ଅଭିଯୁକ୍ତ ନାବାଳିକାକୁ ବିବାହ ପାଇଁ ମନା କରି ଦେଇଥିଲେ। ଏ ନେଇ ନାବାଳିକାଙ୍କ ସମ୍ପର୍କୀୟ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ 190/19 ରେ ମାମଲା ରୁଜ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

Advertisement