Friday, November 6, 2026
ADVERTISEMENT
Home କୋରାପୁଟ ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ଅଟଲବିହାରୀ ବାଜପେୟୀଙ୍କ ଜନ୍ମଦିନରେ ମେଡିକାଲରେ ରୋଗୀଙ୍କୁ ଫଳ ବାଣ୍ଟିଲେ...

ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ଅଟଲବିହାରୀ ବାଜପେୟୀଙ୍କ ଜନ୍ମଦିନରେ ମେଡିକାଲରେ ରୋଗୀଙ୍କୁ ଫଳ ବାଣ୍ଟିଲେ ବିଜେପି କର୍ମୀ

601
ADVERTISEMENT

ବୋରିଗୁମ୍ମା,୨୫।୧୨(ଡି.ଏଚ/ଦୟାନିଧି ପଟନାୟକ ) : ପୂର୍ବତନ ପ୍ରଧାନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଆଜି ଜନ୍ମଦିବସକୁ ନେଇ ଆଜି ବୋରିଗୁମ୍ମା ବିଜେପି ପକ୍ଷରୁ ନିଆରା ଢଙ୍ଗରେ ପାଳିତ ହୋଇଛି । ଏହି ଅବସରରେ ବୋରିଗୁମ୍ମା ମଣ୍ଡଳ ସଭାପତି ବିଜୟ ନାରାୟଣ ସାହୁଙ୍କ ନେତୃତ୍ୱରେ ଆଜି ସମସ୍ତ ବିଜେପି କର୍ମୀ ଏକତ୍ରିତ ହୋଇ ବୋରିଗୁମ୍ମା ମେଡିକାଲରେ ପହଞ୍ଚି ସେଠାରେ ଚିକିତ୍ସା ହେଉଥିବା ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ମାନଙ୍କୁ ପାଚିଲା ଫଳ,ବ୍ରେଡ଼ ବଣ୍ଟନ କରିଥିଲେ।ମୁଖତଃ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବିହାରୀ ବାଜପେୟୀଙ୍କ ଜୀବନ କାଳରେ କରିଥିବା ଲୋକହିତ କରି ଯୋଜନା କୁ ନେଇ ସମଗ୍ର ଦେଶବାସୀ ଙ୍କ ନିକଟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ।ତାଙ୍କର ଜନ୍ମ ଦିବସକୁ ଏକ ମହତ ଉଦ୍ୟେଶ ନେଇ ଆଜି ବୋରିଗୁମ୍ମା ବିଜେପି କର୍ମୀ ଗରିବ ରୋଗୀ ମାନଙ୍କ ନିକଟ ରେ ପହଞ୍ଚି ପାଚିଲା କଦଳୀ, ବ୍ରେଡ଼ ,ଏବଂ କମଳା ବାଣ୍ଟି ଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମ ରେ ଜିଲା ସମ୍ପଦକ ମୋହନ ଦୋରା,ଯୁବମୋର୍ଚା ସଭାପତି ଶଙ୍କର ମହାନ୍ତି,ସମ୍ପାଦକ ସରୋଜ ପାଣିଗ୍ରାହୀ,ସମିତି ସଭ୍ୟ ଦାଶ ଭତ୍ରା,ସୁଦାମ ପାଣିଗ୍ରାହୀ,ବିଗ୍ନରାଜ ଷଡଙ୍ଗୀ,ରାଜ ସିଂହ, ସୁନୀଲ ଦାଶ,ଧର୍ମୁ ମେହେର ସମନାଥ ହରିଜନ ପ୍ରମୁଖଙ୍କ ସହ ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ।

Advertisement