କୋରାପୁଟ,୨୪/୧୨,(ଡି.ଏଚ/ଦୟାନିଧି ପଟ୍ଟନାୟକ) : ସ୍କୋରପିଓରୁ 51ଲକ୍ଷ16 ହଜାର 650 ଟଙ୍କା ଜବତ କଲା BSF । ଜବତ ଟଙ୍କା ସହିତ ଏ 2 ଜଣକୁ ମଧ୍ୟ ମାଛକୁଣ୍ଡ ପୋଲିସକୁ ଜିମା ଦେଇଛି BSF । ସତର୍କତା ଦୃଷ୍ଟିରୁ ନାକାବନ୍ଦୀ ଚାଲିଥିବା ବେଳେ କତ୍ରିମାଲିପୁଟ ନିକଟରେ ସନ୍ଦେହ କରି ସ୍କୋରପିଓକୁ ଅଟକାଇଥିଲେ ଯବାନ । ଗାଡି ଯାଞ୍ଚ ବେଳେ ଏତେ ଟଙ୍କା ଦେଖି ପଚରାଉଚୁରା କରିଥିଲେ । ତେବେ ସନ୍ତୋଷଜନକ ଉତ୍ତର ନମିଳିବାରୁ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ପ୍ରାଥମିକ ତଦନ୍ତରୁ ଏହି ଟଙ୍କା ଛତିଶଗଡ଼ ଜୟପୁର ଲମତାପୁଟ ଦେଇରୁ ଆନ୍ଧ୍ରପ୍ରଦେଶର ଗତ୍ରୀମୁଣ୍ଡା ଗାଁକୁ ନିଆଯାଉଥିଲା ।




















