Saturday, November 21, 2026
ADVERTISEMENT
Home ଜାତୀୟ ବଢ଼ିବ ପେଟ୍ରୋଲ, ଡିଜେଲ ଦର

ବଢ଼ିବ ପେଟ୍ରୋଲ, ଡିଜେଲ ଦର

273
ADVERTISEMENT

ନୂଆଦିଲ୍ଲୀ,୨୩।୧୨:(ଡି.ଏଚ) : ଆଗାମୀ ଦିନରେ ପେଟ୍ରୋଲ ଏବଂ ଡିଜେଲ କ୍ରୟ ବାବଦରେ ଗ୍ରାହକଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବାର ସମ୍ଭାବନା ରହିଛି। ୨୦୨୦ ଏପ୍ରିଲ ପହିଲାରୁ ଦେଶରେ ଭାରତ ଷ୍ଟେଜ୍‌(ବିଏସ୍‌)-୬ ମାନଦଣ୍ଡର ଗାଡ଼ି ବିକ୍ରି ହେବ। ଏଥିପାଇଁ ତେଲ କମ୍ପାନି ଗୁଡ଼ିକୁ ମଧ୍ୟ କମ୍ ପ୍ରଦୂଷଣଯୁକ୍ତ ପେଟ୍ରୋଲ ଏବଂ ଡିଜେଲ ଯୋଗାଇକୁ ହେବ। ଉନ୍ନତମାନର ପେଟ୍ରୋଲ ଏବଂ ଡିଜେଲ ଉତ୍ପାଦନ ପାଇଁ ବିଶୋଧନାଗାର ଗୁଡ଼ିକର ଆଧୁନିକୀକରଣ କାର୍ଯ୍ୟ କରାଯାଉଛି। ଏଥିଲାଗି କମ୍ପାନି ଗୁଡ଼ିକୁ ବିପୁଳ ପରିମାଣର ଅର୍ଥ ନିବେଶ କରିବାକୁ ପଡ଼ୁଛି। ତେଣୁ ଏହି ନିବେଶ ବାବଦ ବୋଝ କମ୍ପାନି ଗୁଡ଼ିକ ନିଜେ ବହନ ନକରି ଖାଉଟିଙ୍କ ମୁଣ୍ଡରେ ଲଦିବାକୁ ଯୋଜନା କରୁଛନ୍ତି। ୫ ବର୍ଷ ପାଇଁ ପେଟ୍ରୋଲ ଏବଂ ଡିଜେଲ ଉପରୁ ଏ ବାବଦରେ ଅଧିକ ଅର୍ଥ ଆଦାୟ କରିବା ପାଇଁ ତୈଳ କମ୍ପାନି ଗୁଡ଼ିକ ପେଟ୍ରୋଲିୟମ ମନ୍ତ୍ରାଳୟର ଅନୁମତି ମାଗିଥିବା କୁହାଯାଉଛି। ପେଟ୍ରୋଲିୟମ ମନ୍ତ୍ରାଳୟ ଯଦି ତୈଳ କମ୍ପାନିଙ୍କ ଏହି ପ୍ରସ୍ତାବକୁ ଗ୍ରହଣ କରିନିଏ ତା’ହେଲେ ୫ ବର୍ଷ ପର୍ଯ୍ୟନ୍ତ ଗ୍ରାହକଙ୍କୁ ପେଟ୍ରୋଲ ଏବଂ ଡିଜେଲ କିଣିବା ଲାଗି ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ଖାଉଟିଙ୍କୁ ଲିଟର ପିଛା ପେଟ୍ରୋଲ ଉପରେ ପ୍ରାୟ ୮୦ ପଇସା ଏବଂ ଡିଜେଲ ଉପରେ ଦେଢ଼ ଟଙ୍କାର ଅଧିକ ଅର୍ଥ ଗଣିବାକୁ ପଡ଼ିବ।

Advertisement