କୋଟପାଡ଼ ସହର ସ୍ୱଛତା ଏବଂ ପରିମଳ ବ୍ୟବସ୍ଥା ପାଇଁ ପାଲଟିଛି ଅଭିନବ ବାର୍ତା

312
ADVERTISEMENT

କୋରାପୁଟ,୨୨।୧୨(ଡି.ଏଚ/ସୁନୀଲ ଦାଶ) : କୋରାପୁଟ ଜିଲ୍ଲାର କୋଟପାଡ଼ ସହର ଯଉଁ ସହର କି ଓଡିଶା ଏବଂ ଛତିଶଗଡର ସୀମାନ୍ତ ଅଂଚଳରେ ଅବସ୍ତିତ । ଏହା ଏକ ଐତିହାସିକ ସହର ଏବଂ ଦମୟନ୍ତି ନଗର ନାମରେ ଭି ବେଶ ପରିଚିତ, ଏହି ଛୋଟିଆ ସହର ସମଗ୍ର ଓଡିଶା ଏବଂ ପଡୋଶୀ ରାଜ୍ୟ ମାନଙ୍କୁ ଦେଇ ପାରିଛି ସ୍ୱଛତା ଏବଂ ପରିମଳ ବ୍ୟବସ୍ଥାର ଏକ ଅଭିନବ ବାର୍ତା ଏବଂ ପାଲୋଟିଛି ଏକ ଜ୍ୱଳନ୍ତ ଉଦାହରଣ । ଏଠାକାର NAC କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଆଲୋକ ରଞ୍ଜନ ସାମନ୍ତରାୟଙ୍କ ମହତ ଉଦେଶ୍ୟ ଏବଂ ସତ ପ୍ରଚେଷ୍ଟା ଦ୍ୱାରା ଫଳପ୍ରଦ ହୋଇପାରିଛି କେନ୍ଦ୍ର ସରକାରଙ୍କ ସ୍ଵଛ ଭାରତ ଅଭିଯାନ ଏବଂ ରାଜ୍ୟ ସରକାରଙ୍କ ଯୋଜନା ମାନ, ସେ ତାଙ୍କ ନିପୁଣ ବୁଦ୍ଧି ଏବଂ ଉଦ୍ୟମ ଫଳରେ କୋଟପାଡ଼ ସହରକୁ ୱାଲ ପେଣ୍ଟିଙ୍ଗ ମାଧ୍ୟମରେ କରାଇ ପାରିଛନ୍ତି ସୁନ୍ଦର ଓ ଆକର୍ଷଣୀୟ ଏବଂ ତା ସାଥେ ସାଥେ ଦଇପାରିଛନ୍ତି ସ୍ୱଛତାର ବାର୍ତା ଓ ଦିଗ୍ଦର୍ଶନ । କୋଟପାଡ଼ ସହରର କୋଣ ଅନୁକୋଣକୁ କରାଇ ପାରିଛନ୍ତି ଅତିସୁନ୍ଦରଷ୍ଟ୍ରୀଟ ଲାଇଟରେ ବ୍ୟବସ୍ଥିତ ଏବଂ ସୁସଜ୍ଜିତ । ସେ ତାଙ୍କ ପ୍ରଚେଷ୍ଟାରେ ସ୍ଥାପନା କରାଇ ପାରିଛନ୍ତି ଗୋଟିଏ ବର୍ଜ୍ୟ ବସ୍ତୁ ପ୍ରୋସେସିଂ ୟୁନିଟ ଯଉଁଥିରେ କି କୋଟପାଡ଼ ସହରରୁ ବାହାରୁଥିବା ଯେତେକ ଅଳିଆ ଆବର୍ଜନାରୁ ତିଆରି ହୋଇପାରୁଛି ଉପଯୋଗୀ ଜୈବ ସାରା ଏହା ଏକ ସୁନ୍ଦର ଓ ମାର୍ଜିତ ବ୍ୟବସ୍ଥା ଯାହାଦ୍ୱାରା ଅଳିଆ ଆବର୍ଜନା ନଷ୍ଟ ହେବ ସହ ସମ୍ପୂର୍ଣ୍ଣ ସହର ପରିଲକ୍ଷିତ ହଉଛି ସ୍ଵଛ ଓ ସୁନ୍ଦର ! ନିଶ୍ଚିତ ଭାବେ କୋଟପାଡ଼ ସହର ର କାୟକଳ୍ପ ଅତି ମନଲୋଭା ଓ ଆକର୍ଷଣୀୟ ହୋଇଉଠିଛି ଏବଂ ପଥଗାମୀଙ୍କ ମନରେ ନିଶ୍ଚିତ ହିଁ ଏହା ଛୁଟାଇବ ପ୍ରେରଣା ର ସ୍ରୋତ ପାଲଟିଛି ।

Advertisement