Tuesday, September 29, 2026
ADVERTISEMENT
Home କୋରାପୁଟ ତହସିଲଦାର ଓ ଟିମର ମିଳିତ ଚଢ଼ାଉରେ ଚୋରା କାଠ ଜବତ

ତହସିଲଦାର ଓ ଟିମର ମିଳିତ ଚଢ଼ାଉରେ ଚୋରା କାଠ ଜବତ

242
ADVERTISEMENT

କୋରାପୁଟ,୨୧/୧୨,(ଡି.ଏଚ/ସୁନୀଲ ଦାଶ ) : କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋଟପାଡ଼ ବ୍ଲକର ଭନସୁଳି ଗ୍ରାମପଂଚାୟତରେ ଆଜି ବନବିଭାଗ ଜୟପୁର ଡିଭିଜନ DFO ଶ୍ରୀ ଅଶ୍ୱିନୀ କୁମାର କରୋ , ACF ଶ୍ରୀ ସୁବାସ ଚନ୍ଦ୍ର ଖୁଣ୍ଟିଆ, ଜୟପୁର ଭିଜିଲାନ୍ସ SPଙ୍କ ତତ୍ୱାବଧାନରେ କୁନ୍ଦ୍ରା ତହସିଲଦାର ଓ କୋଟପାଡ଼ ତହସିଲଦାର ଓ ଟିମର ମିଳିତ ଚଢ଼ାଉରେ ଜବତ ହୋଇଛି । ଲଖ୍ୟଧିକ ଟଙ୍କାର ଚୋରା କାଠ, କାଠ ମାଫିୟା ନିୟମିତ ଭାବରେ ଏହି ଅଂଚଳରେ ସକ୍ରିୟ ରହୁଥିବା ଏବଂ ଚୋରି ଚାଲାଣ କରିବାର ସୂଚନା ପାଇ ବିଧିବଦ୍ଧ ଭାବେ ଏହାକୁ ଚଢ଼ାଉ କରାଯାଇ ବିପୁଳ ପରିମାଣରେ କାଠ ଏବଂ କାଠ କୋଟା ସରଞ୍ଜାମ ଜବତ ହୋଇଅଛି । ଏହି ଜବତ କାଠର ଆନୁମାନିକ ଆକଳନ ମୂଲ୍ୟ ପ୍ରାୟ 5 ଲକ୍ଷ୍ୟରୁ ଉର୍ଦ୍ଧ ହେବ ।

Advertisement