କୋରାପୁଟ,୧୫।୧୨(ଡି.ଏଚ/ସୁନୀଲ ସାହୁ ) : କୋରାପୁଟ ଜିଲ୍ଲା ସୀମାନ୍ତ ନବରଙ୍ଗପୁର ଜିଲ୍ଲାର ରାମପାଲି ପଞ୍ଚାୟତ ସ୍ଥିତ ଘୁମଣ୍ଡଳୀ ଗ୍ରାମ ରେ ଆଜି ଏକ 18 ବର୍ଷୀୟା ଝିଅ କୁ ଗଣ ବଳାତ୍କାର ପରେ ଦୁଷ୍କର୍ମ ଓ ହତ୍ୟା କରାଯାଇଛି, ଦୁଷ୍କର୍ମ ର ଶିକାର ହାଇଥିବା ଝିଅର ନାମୋ ହେମଲତା ଫେରିକ ଓ ବାପାଙ୍କ ନାମ ବିଜୟ ଫେରିକ ବୋଲି ଜଣାପଡ଼ିଛି, ଘୁମଣ୍ଡଳୀ ଗ୍ରାମ ରୁ ପ୍ରାୟ 1 କିଲୋମିଟର ଦୂରରେ ଥିବା ଏକ ଧାନ ବିଲରେ ଝିଅଟିକୁ ଦୁଷ୍କର୍ମ କରାଯାଇଛି ପରେ ଝିଅଟିକୁ ପ୍ରାୟ 50ମିଟର ଦୁରକୁ ଘସାରି ନିଆଯାଇ ଫିଙ୍ଗି ଦିଆଯାଇଛି । ଗାଁ ଲକ ଙ୍କ କହିବା ଅନୁସାରେ ଗତ କାଲି ରାତିରେ ବଳାତ୍କାର କରାଯାଇ ଝିଅଟିକୁ ତଣ୍ଟି ଚିପି ହତ୍ୟା କରାଯାଇଛି । ଗାଁ ର କିଛି ଲୋକ ଏହା ଦେଖିବା ପରେ କୋଷଗୁମଡା ପୋଲିସ କୁ ଖବର ଦେଇଥିଲେ , କୋଷଗୁମଡା ପୋଲିସ ଘଟଣା ସ୍ଥଳରେ ପହଂଚି IIC ନୋଟବାର ନନ୍ଦଙ୍କ ଅଧୀନରେ ତର୍ଜମା କରାଯାଉଅଛି, ପୋଲିସଙ୍କ ସୂଚନା ଅନୁସାରେ କଳାହାଣ୍ଡିରୁ ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ୱାର୍ଡକୁ ଡାକାଯାଇ ସନ୍ଧାନ କରାଯାଉଅଛି ।
ଯେପର୍ଯନ୍ତ ଦୁଷ୍କର୍ମ କରି ମାନଙ୍କୁ ଧାରା ନଯାଇଛି ଏବଂ ପୀଡିତାକୁ ଉଚିତ ନ୍ୟାୟ ନ ମିଳିଛି ସେପର୍ଯ୍ୟନ୍ତ ଶୋବ ଟିକୁ ଉଠାଯିବ ନାଇଁ ବୋଲି ଗାଁ ଲୋକେ କହିଛନ୍ତି ଏବଂ ଯଦି ଉଚିତ ନ୍ୟାୟ ନମିଳେ ତେବେ ରଜ ରାସ୍ତାରେ ଯାଇ ସମଗ୍ର ଜିଲ୍ଲା ଓ ରାଜ୍ୟକୁ ବନ୍ଦ କରାଯିବ ବୋଲି ଗାଁ ଲୋକେ ଚେତାବନୀ ଦେଇଛନ୍ତି ।




















