Saturday, November 21, 2026
ADVERTISEMENT
Home ଜାତୀୟ ନାଗରିକତା ସଂଶୋଧନ ଆଇନ୍‌ର ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ

ନାଗରିକତା ସଂଶୋଧନ ଆଇନ୍‌ର ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ

356
ADVERTISEMENT

ନୂଆଦିଲ୍ଲୀ,୧୩।୧୨(ଡି.ଏଚ) : ନାଗରିକତା ସଂଶୋଧନ ଆଇନ୍‌ (ସିଏବି)ର ବୈଧତାକୁ ଚ୍ୟାଲେଞ୍ଜ କରି ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଆଜି ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ନାଗରିକତା ସଂଶୋଧନ ଆଇନ୍‌ର ବୈଧତାକୁ ଚ୍ୟାଲେଞ୍ଜ କରି କଂଗ୍ରେସ୍‌ ସୁପ୍ରିମ୍‌ କୋର୍ଟରେ ଆଗତ କରିଥିବା ଯାଚିକାରେ ଅଭିଯୋଗ କରି କହିଛି ଯେ ଏହା ଭାରତୀୟ ସମ୍ବିଧାନର ଧାରା ୧୪ର ବିରୋଧାଚରଣ କରୁଛି। ଭାରତୀୟ ସମ୍ବିଧାନର ଧାରା ୧୪ରେ, ‘ଆଇନ୍‌ ଦୃଷ୍ଟିରେ ସମାନ; ନିଜ ଅଧିକାରର ସୁରକ୍ଷା ପାଇଁ ଆଇନ୍‌ ଉପରେ ସମସ୍ତଙ୍କର ଅଧିକାର ଅଛି। ରାଷ୍ଟ୍ର ଏଥିରୁ କାହାରିକି ହେଲେ ସୁଦ୍ଧା ବଞ୍ଚିତ କରିପାରିବ ନାହିଁ;’ ବୋଲି ଉଲ୍ଲେଖ ରହିଥିବା ବେଳେ ନାଗରିକତା ସଂଶୋଧନ ଆଇନ୍‌ ଏହାର ବିରୋଧାଚରଣ କରୁଛି।

Advertisement