Wednesday, September 23, 2026
ADVERTISEMENT
Home ଜିଲ୍ଲା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ନୂଆପଡ଼ା ଗ୍ରସ୍ତ

ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ନୂଆପଡ଼ା ଗ୍ରସ୍ତ

346
ADVERTISEMENT

ନୂଆପଡ଼ା,୯/୧୨/ଡି.ଏଚ/ମନୋଜ କୁମାର ରଣା।) : ରବିବାର ଦିନ ନୂଆପଡା ଜିଲ୍ଲାର ଭଇଁସା ଟାଲ ପଂଚାୟତର ବଲୋଦା ଠାରେ ହେଲିକପ୍ଟରରୁ ଓହ୍ଲାଇଲା ପରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତା ଓ ସେହି ଅଞ୍ଚଳର ଜନସାଧାରଣ ଜୋରଦାର ସ୍ୱାଗତ କରିଥିଲେ ବିଜେପି ରାଷ୍ଟ୍ରୀୟ ଉପ ସଭାପତି ତଥା ରାଷ୍ଟ୍ରିୟ ପ୍ରବକ୍ତା ଆଦରଣୀୟ ଶ୍ରୀମାନ ବୈଜନ୍ତ ପଣ୍ଡା ଜୀ ବିଜେପି ରାଜ୍ୟ ସଭାପତି ତଥା କଳାହାଣ୍ଡି ଲୋକସଭା ସାଂସଦ ଶ୍ରୀମାନ ବସନ୍ତ କୁମାର ପଣ୍ଡା ଜୀ ଓ ବିଜେପି ବିରୋଧୀ ଦଳର ନେତା ତଥା ଭବାନୀପାଟଣା ସଦର ବିଧାୟକ ଶ୍ରୀମାନ ପ୍ରଦୀପ୍ତ କୁମାର ନାଏକ ସ୍ୱାଗତ ସରିଲା ପରେ ଖରିଆର ରୋଡ଼ ଯାଇ 108 କୁଣ୍ଡିୟ ଗାୟତ୍ରୀ ଯଜ୍ଞର ଶିଳାନ୍ୟାସ କାର୍ଯ୍ୟକ୍ରମ ସାରିବା ପରେ ବଲୋଦା ଛକରେ ଶ୍ରୀ ଶିରିଡ଼ି ସାଇ ବାବା ଙ୍କର ମନ୍ଦିର ଶୁଭାରମ୍ଭରେ ଯୋଗଦେଇ ଦିନ 1.45 p.mରେ ରାଜଧାନୀ ଅଭିମୁଖେ ହେଲିକପ୍ଟରରେ ଯାତ୍ରା କରିଥିଲେ । ଏହି ଅବସରରେ ହଜାର ହଜାର ସଂଖ୍ୟାରେ ନୂଆପଡ଼ା ତଥା ପାଖ ଆଖର ଜିଲ୍ଲାରୁ ଆସି ଜନସାଧାରଣ ମାନେ ଉପସ୍ଥିତ ଥିଲେ ଏବଂ ବହୁତ ଧୌର୍ଯ୍ୟର ସହିତ ସେମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରି ସେମାନେ ବସି ରହି ଥିଲେ ।

Advertisement