Saturday, November 21, 2026
ADVERTISEMENT
Home କୋରାପୁଟ ସ୍ବେଚ୍ଛାକୃତ ରକ୍ତ ଦାନ ପାଇଁ ସାଇକେଲ ଯାତ୍ରା

ସ୍ବେଚ୍ଛାକୃତ ରକ୍ତ ଦାନ ପାଇଁ ସାଇକେଲ ଯାତ୍ରା

376
ADVERTISEMENT

ବୋରିଗୁମ୍ମା,୮/୧୨,(ଡି.ଏଚ /ଦୟାନିଧି ପଟନାୟକ) : ରକ୍ତ ଦାନ ଏକ ମହତ ଦାନ। ରକ୍ତ ବିନା କାହାର ଯେମିତି ଜୀବନ ନ ଯାଏ। ଏହି ଭଳି ବାର୍ତା ନେଇ ବାହାରିଛନ୍ତି ୫୦ ବର୍ଷୀୟ ବ୍ୟକ୍ତି ଜୟଦେବ ରାଉତ। କୋଲକାତାରୁ ଗତ ୦୭.୧୧.୨୦୧୯ରେ ସେ ସାଇକେଲରେ ଯାତ୍ରା ଆରମ୍ଭ କରିଛନ୍ତି। ଦେଶ ଭ୍ରମଣ କରି ପ୍ରାୟ ୯୦୦୦ କିଲୋମିଟର ଯାତ୍ରା କରିବାର ଲକ୍ଷ୍ୟ ରଖିଛନ୍ତି। ଆଜି ସକାଳୁ ଜୟଦେବ ରାଉତ ପୂର୍ବାହ୍ଣ ୧୧ ଟାରେ ବୋରିଗୁମ୍ମା ରେ ପହଞ୍ଚି ଥିଲେ। ପ୍ରଥମେ ଥାନା ଆଇଆଇସି ସଂଜୟ କୁମାର ମଣ୍ଡଳ ତାଙ୍କୁ ସ୍ବାଗତ କରିଥିଲେ। ଯୁବ ରେଡ଼ କ୍ରସ ବୋରିଗୁମ୍ମା ଶାଖା ତରଫରୁ ଜୟଦେବଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା। ଥାନାରେ ସ୍ୱାଗତ ପରେ ଭୈରଵ ଜୁନିୟର ମହାବିଦ୍ୟାଳୟ ଠାରେ ଜୟଦେବ ରାଉତଙ୍କୁ ସ୍ୱାଗତ କରାଯାଇଥିଲା। ମହାବିଦ୍ୟାଳୟର ଅଧକ୍ଷ ଶ୍ରୀ ଦାଶରଥି ଗୌଡ଼ଙ୍କ ନେତୃତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ରକ୍ତ ଦାନ ଏକ ମହତ ଦାନ । ଏହି ବାର୍ତାକୁ ଜୟଦେବ ସାଇକେଲରେ ବୁଲି ସଚେତନତା କରାଉଛନ୍ତି। ଏହିଭଳି ଉଦ୍ୟମକୁ ଖୁବ ପ୍ରଶଂସା କରିଛନ୍ତି ଯୁବ ରେଡ଼ କ୍ରସର ସଂଯୋଜକ ତଥା ଅଧ୍ୟାପକ ପଦ୍ମ ଭୂଷଣ ଦାସ। ଜୟଦେବ କୋଲକାତାରେ ଚଟକଳରେ କାମ କରନ୍ତି । ରକ୍ତ ଦାତା ମହାସଂଘର ସେ ସଦସ୍ୟ ଅଛନ୍ତି। ସେହି ସଂଘ ପ୍ରେରଣାରେ ଆଜି ସ୍ବେଚ୍ଛାକୃତ ରକ୍ତ ଦାନ ପାଇଁ ସାଇକେଲରେ ବୁଲି ସଚେତନତା କରୁଛି। ବର୍ତ୍ତମାନ ପଶ୍ଚିମବଙ୍ଗ ପରେ ଓଡିଶାର ବିଭିନ୍ନ ଅଞ୍ଚଳ ସାଇକେଲରେ ଯାତ୍ରା କରି ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ ଗ୍ରସ୍ତ କରିବେ। କନ୍ୟାକୁମାରୀ ପର୍ଯ୍ୟନ୍ତ ଯାଇ ସେଠାରୁ ପୁଣି ଫେରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି। ଭୈରଵ ଜୁନିୟର ମହାବିଦ୍ୟାଳୟରେ ଅଧ୍ୟପାକ ସୁଧାଂଶୁ ଶେଖର ପଟ୍ଟନାୟକ, ଅଶୋକ କୁମାର ପଣ୍ଡା, ଅଟଳ ବିହାରୀ ବାଜପେୟୀ,ସୁମନ୍ତ କୁମାର ସାହୁ ଓ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ମାନେ ସ୍ୱାଗତ କରିଥିଲେ।

Advertisement