Friday, November 6, 2026
ADVERTISEMENT
Home ଗଜପତି ଏଚ.ଡି.ଏଫ.ସିବେଙ୍କ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ

ଏଚ.ଡି.ଏଫ.ସିବେଙ୍କ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ

617
ADVERTISEMENT

ପାରଳାଖେମୁଣ୍ଡି,୮/୧୨(ଡି.ଏଚ/ପ୍ରଭାତ କୁମାର ପାତ୍ର ) : ପାରଳାଖେମୁଣ୍ଡି ସଦରମୋହକୁମା ରେ ଥିବା ଏଚ.ଡି.ଏଫ. ସି ବ୍ୟଙ୍କ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ଏଥିରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଏଚ. ଡି. ଏଫ.ସି. ବ୍ୟଙ୍କର ଶାଖା ପରିଚାଳକ ସୁଶାନ୍ତ କୁମାର ସାହୁ ଏଥିରେ ଅଧକ୍ଷତା କରିଥିଲେ।ଏହି ରକ୍ତଦାନ ଶିବିରରରେ ୪୦ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଥିଲା।ବ୍ୟଙ୍କର ଗ୍ରାହକ କର୍ମଚାରୀ ମାନେ ଏହି ରକ୍ତଦାନ କରିଥିଲେ।ରକ୍ତ ସଂଗ୍ରହ କାର୍ଯ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡଃ :ଏମ୍. ରାମଲକ୍ଷ୍ମୀ, ଖଗେଶ୍ବର ବେହେରା ସମତେ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ଏହି ରକ୍ତ ସଂଗ୍ରହ କାର୍ଯ୍ୟ ସୁଚାରୁ ରୂପେ ତୁଲାଇଥିଲେ।

Advertisement