Friday, November 6, 2026
ADVERTISEMENT
Home ଗଜପତି ୧୦ମ ଶ୍ରେଣୀର ଛାତ୍ରୀ ଗର୍ଭବତୀ

୧୦ମ ଶ୍ରେଣୀର ଛାତ୍ରୀ ଗର୍ଭବତୀ

318
ADVERTISEMENT

ମୋହନା,୬/୧୨(ଡି.ଏଚ/ମୋହନ ଗୌଡ) : ପୁଣି ସାମ୍ନାକୁ ଆସିଛି ଏକ ଲଜ୍ଜା ଜନିତ ଘଟଣା । ଗଜପତି ଜିଲ୍ଲା ମୋହନା ଥାନା ଚାନ୍ତିପୁଟ ସ୍ଥିତ ଆଦିବାସୀ ବାଳିକା ବିଦ୍ୟାପୀଠ ଛାତ୍ରୀ ନିବାସର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଘଟଣା ଜାଣିବା ପରେ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ କ୍ରମେ ଜଣାପଡିଛି ଯେ ଛାତ୍ରୀ ଜଣକ ଛୁଟିରେ ଗାଁକୁ ଯାଇଥିବା ବେଳେ ଗାଁର ଜଣେ ନାବାଳକ ସହ ସମ୍ପର୍କ ରଖିଥିଲା । ଜିଲ୍ଲା ମଙ୍ଗଳ ଅଧିକାରୀ ପହଂଚି ତଦନ୍ତ କରିବା ପରେ ବର୍ତମାନ ନାବାଳିକାକୁ ପାରଳାଖେମୁଣ୍ଡି ଜିଲ୍ଲା ମଙ୍ଗଳ ସମିତିରେ ହସ୍ତାନ୍ତର କରାଯାଇଛି । ଏଭଳି ଘଟଣା ଶୁଣିବାପରେ ମନରେ ପ୍ରଶ୍ନ ଉଠେ ଯେ ଛାତ୍ରୀମାନଙ୍କ ଭବିଷ୍ୟତ କେତେଦୂର ଉଜ୍ଜଳମୟ ହୋଇପାରିବ । ଏଥିପାଇଁ ଆମେ କାହାକୁ ଦାୟୀ କରିବା, ସମାଜ ନା ସଚେତନତାର ଅଭାବ ନା ଆଉକିଛି ।

Advertisement