Saturday, November 21, 2026
ADVERTISEMENT
Home ଜାତୀୟ ରାଷ୍ଟ୍ରପତିଙ୍କ ନିକଟକୁ ଗଲା ନିର୍ଭୟା ମାମଲା : ରାଷ୍ଟ୍ରପତି କହିଲେ ପୋକ୍ସୋ ଆକ୍ଟରୁ ଉଠିଯାଉ...

ରାଷ୍ଟ୍ରପତିଙ୍କ ନିକଟକୁ ଗଲା ନିର୍ଭୟା ମାମଲା : ରାଷ୍ଟ୍ରପତି କହିଲେ ପୋକ୍ସୋ ଆକ୍ଟରୁ ଉଠିଯାଉ କ୍ଷମା ଆବେଦନ

475
ADVERTISEMENT

ନୂଆଦିଲ୍ଲୀ,୬।୧୨(ଡି.ଏଚ): ରାଜଧାନୀ ଦିଲ୍ଲୀରେ ଦୀର୍ଘ ୭ ବର୍ଷ ତଳେ ଘଟିଥିବା ବହୁଚର୍ଚ୍ଚିତ ନିର୍ଭୟା ବଳାତ୍କାର ଘଟଣାର ଏବେ ସମାଧାନ ହେବାକୁ ଯାଉଛି। ହାଇଦ୍ରାବାଦ ପରେ ନିର୍ଭୟା ଗଣବଳାତ୍କାର ଘଟଣାରେ ନ୍ୟାୟ ମିଳିବ ବୋଲି ଆଲୋଚନା ହେଉଛି। କାରଣ ଶୁକ୍ରବାର ଏହି ଘଟଣାର ଅଭିଯୁକ୍ତଙ୍କ କ୍ଷମା ଆବେଦନକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦେଇଛି। ପ୍ରଥମେ ଏମାନେ ଦିଲ୍ଲୀ ସରକାରଙ୍କ ନିକଟରେ କ୍ଷମା ଆବେଦନ କରିଥିବା ବେଳେ ଏହାକୁ ସରକାର ଖାରଜ କରି ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଇ ଦେଇଥିଲେ। ଏବେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏହାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦେଇଛନ୍ତି।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହିଳାଙ୍କ ସୁରକ୍ଷାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ପୋକ୍ସୋ ଆକ୍ଟରେ ଅଭିଯୁକ୍ତଙ୍କୁ କ୍ଷମା ମିଳିବା ଉଚିତ ନୁହେଁ। ଏଭଳି ମାମଲାରେ କ୍ଷମା ଆବେଦନକୁ ଉଠାଇଦେବା ଉଚିତ ବୋଲି କୋବିନ୍ଦ କହିଛନ୍ତି। ସୂଚନାଯୋଗ୍ୟ, ରାଜସ୍ଥାନ ସିରୋହିର ଏକ କାର୍ଯ୍ୟକ୍ରମରେ ଶୁକ୍ରବାର ରାମନାଥ ଯୋଗଦେଇଥିଲେ। ସେଠାରେ ଜନସାଧାରଣଙ୍କୁ ସମ୍ବୋଧିତ କରିବା ସମୟରେ ସେ କହିଛନ୍ତି, ମହିଳା ସୁରକ୍ଷା ଏକ ଗମ୍ଭୀର ପ୍ରସଙ୍ଗ। ପୋକ୍ସୋ ଅଧିନିୟମରେ ବଳାତ୍କାର ଅଭିଯୁକ୍ତଙ୍କୁ କ୍ଷମା ଆବେଦନ କରିବା ଅଧିକାର ରହିବା କଥା ନୁହେଁ। ସଂସଦରେ କ୍ଷମା ଆବେଦନ ଉପରେ ସମୀକ୍ଷା କରିବା ଉଚିତ ବୋଲି ସେ କହିଛନ୍ତି।

Advertisement