Friday, November 20, 2026
ADVERTISEMENT
Home ଜାତୀୟ ମୋ ଝିଅର ଆତ୍ମାକୁ ଶାନ୍ତି ମିଳିଲା।

ମୋ ଝିଅର ଆତ୍ମାକୁ ଶାନ୍ତି ମିଳିଲା।

380
ADVERTISEMENT

ହାଇଦ୍ରାବାଦ,୬/୧୨(ଡି.ଏଚ): ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରି ପୋଡି ଜାଳି ଦେବା ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କ ଏନ୍‌କାଉଣ୍ଟର। ଗତକାଲି ରାତି ପ୍ରାୟ ୩ଟାରେ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କରଯାଇଥିଲା। ଯାହା ଫଳରେ ସେମାନଙ୍କର ମୃତ୍ୟୁ ହୋଇଥିଲା l

ସୂଚନାଯୋଗ୍ୟ ,ଘଟଣାର ଅଧିକ ଛାନ୍‌ଭିନ୍‌ ପାଇଁ ଗତକାଲି ଓଭର ବ୍ରିଜ୍‌ ତଳେ ଅର୍ଥାତ୍‌ ଘଟଣାସ୍ଥଳକୁ ଅଭିଯୁକ୍ତମାନଙ୍କୁ ନେଇଥିଲେ, ଯେଉଁଠି ଅଭିଯୁକ୍ତମାନେ ମହିଳା ଡାକ୍ତରଙ୍କୁ ପୋଡ଼ି ମାରି ଥିଲେ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଏହି ସମୟରେ ଜଣେ ଅଭିଯୁକ୍ତ ପୁଲିସ୍‌ର ଠାରୁ ବନ୍ଧୁକ ଛଡ଼ାଇ ନେଇ ପୁଲିସ୍‌ ଉପରକୁ ଗୁଳିମାଡ଼ କରିଥିଲା। ଫଳରେ ପୁଲିସ୍‌ ନିକଟରେ ଆଉ କୌଣସି ରାସ୍ତା ନ ଥିଲା। ଯଦି ସେହି ସମୟରେ ଏହି ୪ ଅଭିଯୁକ୍ତ ଘଟଣାସ୍ଥଳରୁ ଖସି ଯାଇଥାନ୍ତେ ତେବେ ଦେଶରେ ଆହୁରି ହଙ୍ଗାମା ସୃଷ୍ଟି ହୋଇଥାନ୍ତି। ତେଣୁ ପୁଲିସ୍‌ ଏନ୍‌କାଉଣ୍ଟର କରିଥିଲା। ରାତି ପ୍ରାୟ ୩ଟା ସମୟରେ ଏନ୍‌କାଉଣ୍ଟର ହୋଇଥିବା ବେଳେ ଆଜି ସକାଳ ପ୍ରାୟ ସାଢ଼େ ୭ଟାରେ ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା।

ସେପଟେ ଏନ୍‌କାଉଣ୍ଟରରେ ଅଭିଯୁକ୍ତଙ୍କ ମୃତ୍ୟୁ ପରେ ପୀଡ଼ିତାଙ୍କ ବାପା କହିଛନ୍ତି, ‘ମୋ ଝିଅର ମୃତ୍ୟୁ ଘଟିବାର ୧୦ ଦିନ ପୂରିଲାଣି। ତେବେ ଯେଉଁଭଳି ଭାବରେ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କରାଯାଇଛି, ଏନେଇ ମୁଁ ତେଲେଙ୍ଗାନା ସରକାର, ପୁଲିସ୍‌ ଓ ଯେଉଁ ଲୋକମାନେ ମୋ ସାଙ୍ଗରେ ଥିଲେ ସେମାନଙ୍କୁ ଧନ୍ୟବାଦ ଜଣାଉଛି। ଏବେ ମୋ ଝିଅର ଆତ୍ମାକୁ ଶାନ୍ତି ମିଳିଲା। ’

Advertisement