Friday, November 6, 2026
ADVERTISEMENT
Home ଗଜପତି ପ୍ରିୟଙ୍କା ରେଡ୍ଡୀଙ୍କ ଆତ୍ମାର ସଦଗତୀ ନିମନ୍ତେ ନିରବ ପ୍ରାର୍ଥନା ସହ : “ଦିଲ ସେ ଇଣ୍ଡିଆ”...

ପ୍ରିୟଙ୍କା ରେଡ୍ଡୀଙ୍କ ଆତ୍ମାର ସଦଗତୀ ନିମନ୍ତେ ନିରବ ପ୍ରାର୍ଥନା ସହ : “ଦିଲ ସେ ଇଣ୍ଡିଆ” ଯୁବକ ସଂଘ ପକ୍ଷରୁ ଦୁଷ୍କର୍ମକାରୀଙ୍କ କୁଷପୁତଳିକା ଦାହ

321
ADVERTISEMENT

ମୋହନା,୩।୧୨:(ଡି.ଏଚ/ ମୋହନ ଗୌଡ) : ଗଜପତି ଜିଲ୍ଲା ମୋହନା ବ୍ଳକ ହାଇସ୍କୁଲ ଛକ “ଦିଲ ସେ ଇଣ୍ଡିଆ” ଯୁବକ ସଂଘ ପକ୍ଷରୁ ହାଇଦ୍ରାବାଦ ସହରର ଡାକ୍ତରଣୀ ପ୍ରିୟଙ୍କା ରେଡିଙ୍କୁ ଗୁଣ ଦୁଷ୍କର୍ମ ଏବଂ ହତ୍ୟା ମାମଲାକୁ ନେଇ ସାରାଦେଶରେ ତୀବ୍ର ପ୍ରତକ୍ରିୟା ପ୍ରକାଶ ପାଇବାସହ ଦିନକୁ ଦିନ ପ୍ରତିବାଦର ସ୍ୱର ତୀବ୍ର ହେବାରେ ଲାଗିଛି । ଏହି ପରିପେକ୍ଷୀରେ ଆଜି “ଦିଲ ସେ ଇଣ୍ଡିଆ” ଯୁବକ ସଂଘ, ବୁଦ୍ଧିଜୀବି, ସାମ୍ବାଦିକ ବନ୍ଧୁ ଓ ସାଧାରଣ ଲୋକଙ୍କ ପକ୍ଷରୁ ଏକ ଶୋଭାଯାତ୍ରା ହାଇସ୍କୁଲ ଛକରୁ ବାହାରିଥିଲା । ହାତରେ ଫ୍ଲାକାର୍ଡ, ମହମବତୀ ଓ ୪ ଜଣ ଦୁଷ୍କର୍ମକାରୀଙ୍କ କୁଷପୁତଳିକା ଧରି ମୋହନା ସହର ପରିକ୍ରମା କରିଥିଲେ । ଥାନା ସମ୍ମୁଖରେ ପୁଲିସ କର୍ମଚାରୀ ସମବେଦନା ଜଣାଇବା ସହିତ ୨ ମିନିଟ୍ ସମସ୍ତ ନିରବ ପ୍ରାର୍ଥନା କରିଥିଲେ । ପରେ ମୋହନା ମୁଖ୍ୟ ସଡକ ବଜାର ଛକ ନିକଟରେ ଚାରି ଜଣ ଦୁଷ୍କର୍ମକାରୀଙ୍କ କୁଷପୁତଳିକାକୁ ଦାହ କରାଯାଇଥିଲା । ଏହି ଶୋଭାଯାତ୍ରାରେ “ଦିଲ ସେ ଇଣ୍ଡିଆ” ଯୁବକ ସଂଘର ସଦସ୍ୟ ବାବୁଲି ଗୌଡ, ମଂଟୁ ଗୌଡ, ପିଂଟୁ ଗୌଡ, ଦିପୁ ସୁଆର, ରାଜା ସାହୁ, ବାଦଲ ନାୟକ, ଲୁନା ଛିଂଚାଣୀ, ମୁନା ଛିଂଚାଣୀ, କାଳିଆ ପାଣିଗ୍ରାହୀ, ବିଶ୍ୱନାଥ ନାୟକ, ପାପୁନି ଭାଇ, କୁନା ବିଷୋୟୀ, ଏମକେସିଜି ଯୁବକ ସଂଘର ସମ୍ପାଦକ ଜିତେନ୍ଦ୍ର ବେହେରା, ଅଡବା ଜିଲ୍ଲାପରିଷଦ ସଭ୍ୟ ବାଳକୃଷ୍ଣ ମଳିକ, ଏନସିଡିସି ସଭାପତି ପ୍ରଫୁଲ କୁମାର ଲିମା, ଆମେଶ ମଳିକ, ସାମ୍ବାଦିକ ପଂଚାନନ ଦାଶ, ମହିରି ଜତି, ଅଂଶୁମାନ ପଣ୍ଡା, ପୁଲିସ ଏସଆଇ ପିଙ୍କି ମର୍ମୁ, ସିନ୍ଧୁ ସାର୍କା, ପୁଲିସ କର୍ମଚାରୀ ଓ ଯବାନମାନେ ଉପସ୍ଥିତ ଥିଲେ । ଦୁଷ୍କର୍ମ କାରୀଙ୍କ ଫାଶିଦଣ୍ଡରେ ଦଣ୍ଡିତ କରିବା ପାଇଁ କର୍ମକର୍ତ୍ତାମାନେ ଦାବି କରିଥିଲେ ।

Advertisement