ADVERTISEMENT
Home ଜିଲ୍ଲା ହାଇଦ୍ରାବାଦ ଗଣ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ଏବିଭିପିର ବିକ୍ଷୋଭ ପ୍ରଦର୍ଶନ

ହାଇଦ୍ରାବାଦ ଗଣ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ଏବିଭିପିର ବିକ୍ଷୋଭ ପ୍ରଦର୍ଶନ

581
ADVERTISEMENT

ନୂଆପଡ଼ା,୨।୧୨,(ଡି.ଏଚ/ମନୋଜ କୁମାର ରଣା) : ହାଇଦ୍ରାବାଦର ଡ଼ଃ ପ୍ରିୟଙ୍କା ରେଡ୍ଡୀଙ୍କୁ ବଳାତ୍କାର କରି ତାକୁ ପୋଡ଼ି ହତ୍ୟା କରିବା ଜଘନ୍ୟ କାଣ୍ଡରେ ସମ୍ପୃକ୍ତ ଦୋଷୀ ମାନଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମୃତ୍ୟୁଦଣ୍ଡ ବା ଫାଶୀ ଦେବା ଲାଗି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନ୍ୟାସନାଲ କଲେଜ ନୂଆପଡ଼ା ପକ୍ଷରୁ କଲେଜ ଗେଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ଓ ତେଲେଙ୍ଗାନାର ଗୃହ ମନ୍ତ୍ରୀ ଦେଇଥିବା ବୟାନକୁ ଦୃଢ ବିରୋଧ କରିଛି । ଏଥିରେ ବିକ୍ଷୋଭ ପ୍ରଦର୍ଶନୀ ଭାଷଣ ଦେଉଥିଲେ ନଗର ସହ-ସମ୍ପାଦକ ସାହେବ ଗିରି ଓ ସହ ସମ୍ପାଦିକା ମେଘା ପଣ୍ଡା ।ଏଥିରେ ଯୋଗଦାନ କରିଥିଲେ ଅନୁଶୟା ଦଣ୍ଡସେନା, ବିନ୍ଧ୍ୟା ସାଗର, ରଜନୀ ବଘେଲ, ପ୍ରିୟଙ୍କା ସୁଭଦର୍ଶନୀ, ପ୍ରମୋଦ ମାଝି ଓ ଅନେକ ଛାତ୍ରଛାତ୍ରୀ ଥିଲେ ଏବଂ ଜିଲ୍ଲା ସଂଯୋଜକ ସୁମନ୍ତ କୁମାର ବେହେରା, ସହ-ସଂଯୋଜକ ମନୋଜ କୁମାର ରଣା ,ନଗର କଳାମଞ୍ଚ ପ୍ରମୁଖ ମୁଲଚାନ୍ଦ୍ ରଣା ଉପସ୍ଥିତ ଥିଲେ ଓ ନଗର ସମ୍ପାଦକ ବିଭୂତି ମାଝିଙ୍କ ନେତୃତ୍ବରେ ଏହା ଆୟୋଜିତ ହୋଇଥିଲା ।

Advertisement