Saturday, November 21, 2026
ADVERTISEMENT
Home ଜାତୀୟ ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ୍‌ରେ କୋକୀଳ କଣ୍ଠୀ ଲତା ମଙ୍ଗେସ୍‌କର: ହସ୍ପିଟାଲ୍‌ ଯାଇ ସ୍ବାସ୍ଥ୍ୟାବସ୍ଥା ବୁଝିଲେ ଉଦ୍ଧବ...

ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ୍‌ରେ କୋକୀଳ କଣ୍ଠୀ ଲତା ମଙ୍ଗେସ୍‌କର: ହସ୍ପିଟାଲ୍‌ ଯାଇ ସ୍ବାସ୍ଥ୍ୟାବସ୍ଥା ବୁଝିଲେ ଉଦ୍ଧବ ଠାକ୍‌ରେ

447
ADVERTISEMENT

ମୁମ୍ବାଇ,୩୦।୧୧(ଡି.ଏଚ) : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଶୁକ୍ରବାର ହସ୍ପିଟାଲ୍‌ରେ ଥିବା ସ୍ବର ସମ୍ରାଜ୍ଞୀ ଲତା ମଙ୍ଗେସ୍‌କରଙ୍କୁ ଭେଟିଛନ୍ତି। ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଲତାଙ୍କୁ ଭେଟି ଠାକ୍‌ରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ହସ୍ପିଟାଲ୍‌ରେ ପହଞ୍ଚିବା ପରେ ଠାକ୍‌ରେ ଡାକ୍ତରମାନଙ୍କୁ ଲତାଙ୍କ ସ୍ବାସ୍ଥ୍ୟ ସଂପର୍କରେ ପଚରାଉଚରା କରିଛନ୍ତି।
୯୦ ବର୍ଷରେ ପହଞ୍ଚି ସାରିଥିବା ଲତା ଦକ୍ଷିଣ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇ ଇଣ୍ଟେନ୍‌ସିଭ୍‌ କ୍ୟାୟାର ୟୁନିଟ୍‌ରେ ଅଛନ୍ତି। ନଭେମ୍ବର ୧୧ ତାରିଖରେ ସେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବା ପରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

Advertisement