Friday, November 20, 2026
ADVERTISEMENT
Home ଜାତୀୟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ପ୍ରଥମ ପ୍ରର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ପ୍ରଥମ ପ୍ରର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ

299
ADVERTISEMENT

ରାଞ୍ଚି,୩୦।୧୧(ଡି.ଏଚ ): ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶନିବାର ପ୍ରଥମ ପ୍ରର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ପ୍ରଥମ ପ୍ରର୍ଯ୍ୟାୟରେ ୩୭ ଲକ୍ଷ ୮୩ ହଜାର ୫୫ ଭୋଟର ୧୮୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏହି ପ୍ରର୍ଯ୍ୟାୟରେ ୬ଟି ଜିଲାର ୧୩ଟି ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି। ମାଓବାଦୀ ପ୍ରଭାବିତ ଏହି ଅଞ୍ଚଳରେ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ମତଦାନ କରାଯିବ। ଏଠାରେ ଦ୍ୱିତୀୟ ପ୍ରର୍ଯ୍ୟାୟ ମତଦାନ ଡିସେମ୍ବର ୭ରେ ସମ୍ପନ୍ନ ହେବ। ସେହିପରି ତୃତୀୟ ପ୍ରର୍ଯ୍ୟାୟ ମତଦାନ ଡିସେମ୍ବର ୧୨, ଚତୁର୍ଥ ପର୍ଯ୍ୟାୟ ଡିସେମ୍ବର ୧୬ ଏବଂ ପଞ୍ଚମ ପ୍ରର୍ଯ୍ୟାୟ ମତଦାନ ଡିସେମ୍ବର ୨୦ରେ ହେବ। ନିର୍ବାଚନ ଫଳାଫଳ ଡିସେମ୍ବର ୨୩ରେ ପ୍ରକାଶ ପାଇବ। ସୂଚନାଯୋଗ୍ୟ, ଝାଡ଼ଖଣ୍ଡ ବିଧାନସଭା ଆସନ ସଂଖ୍ୟା ୮୧ ରହିଛି।

Advertisement