ମୁମ୍ବାଇ:,୨୯/୧୧(ଡି.ଏଚ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଭାଇଭାଇ, ସେଥିପାଇଁ ରାଜ୍ୟର ଭାର ନେଇଥିବା ‘ସାନଭାଇ’କୁ ସହଯୋଗ କରିବା ତାଙ୍କର ଦାୟିତ୍ୱ ବୋଲି ଶୁକ୍ରବାର ଦିନ ଶିବସେନା କହିଛି । କେନ୍ଦ୍ରକୁ ଉଦ୍ଦେଶ୍ୟ କରି ଶିବସେନା କହିଛି ମହାରାଷ୍ଟ୍ରବାସୀ ଗ୍ରହଣ କରିଥିବା ନିଷ୍ପତ୍ତିକୁ ଦିଲ୍ଲୀ ସମ୍ମାନ ଦେବା ଓ ରାଜ୍ୟ ସରକାରଙ୍କ ସ୍ଥିରତା ଯେମିତି କ୍ଷୁର୍ଣ୍ଣ ନ ହୁଏ ସେଥିପ୍ରତି ଯତ୍ନବାନ ହେବା ଉଚିତ। ଗୁରୁବାର ସନ୍ଧ୍ୟାରେ ଠାକ୍ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ମୋଦୀ ଜଣାଇଥିବା ଶୁଭେଚ୍ଛା ପ୍ରସଙ୍ଗରେ ମୁଖପତ୍ର ‘ସାମ୍ନା’ର ସମ୍ପାଦକୀୟରେ ସେନା ଏଭଳି ମନ୍ତବ୍ୟ ଦେଇଛି।




















