ନୂଆଦିଲ୍ଲୀ,୨୭।୧୧(ଡି.ଏଚ): ସ୍ୱଳ୍ପକାଳୀନ ଅସୁସ୍ଥତା ପରେ ବୁଧବାର ସକାଳେ ନୂଆଦିଲ୍ଲୀସ୍ଥିତ ଏକ ସାମରିକ ହସ୍ପିଟାଲ୍ରେ ପୂର୍ବତନ ନୌସେନା ମୁଖ୍ୟ ଆଡ୍ମିରାଲ୍ ସୁଶୀଲ କୁମାର ପରଲୋକ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ପୂର୍ବତନ ନୌସେନା ମୁଖ୍ୟଙ୍କୁ ୭୯ ବର୍ଷ ବୟସ ହୋଇଥିଲା।୧୯୯୮ରୁ ୨୦୦୧ ଯାଏଁ ନୌସେନାର ମୁଖ୍ୟ ଥିଲେ।
‘ଏ ପ୍ରାଇମ୍ ମିନିଷ୍ଟର୍ ଟୁ ରିମେମ୍ବର- ମେମୋରିଜ୍ ଅଫ୍ ଏ ମିଲିଟାରି ଚିଫ୍’ ଶୀର୍ଷକ ପୁସ୍ତକ ସେ ରଚନା କରିଥିଲେ। ଏଥିରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଦିବଂଗତ ଅଟଳବିହାରୀ ବାଜପେୟୀ ପ୍ରତିରକ୍ଷା ସଂକ୍ରାନ୍ତରେ ଗ୍ରହଣ କରିଥିବା ପ୍ରମୁଖ ନିଷ୍ପତ୍ତିଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି।




















