Thursday, September 24, 2026
ADVERTISEMENT
Home ଜିଲ୍ଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନୂଆପଡ଼ାର ୨୫୦ ଜଣଙ୍କର ବଣଭୋଜି ବୈଠକ ଅନୁଷ୍ଠିତ

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନୂଆପଡ଼ାର ୨୫୦ ଜଣଙ୍କର ବଣଭୋଜି ବୈଠକ ଅନୁଷ୍ଠିତ

347
ADVERTISEMENT

ନୂଆପଡ଼ା,୨୭।୧୧(ଡି.ଏଚ/ମନୋଜ କୁମାର ରଣା) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନୂଆପଡ଼ା ପକ୍ଷରୁ ଏ ବର୍ଷ ପ୍ରଥମ ଥର ବଣଭୋଜି ତା:୨୨-ଡିସେମ୍ବର-୨୦୧୯ ତାରିଖ ରବିବାର ଦିନ ନୂଆପଡ଼ାର ପତୋରା ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ୨୫୦ ଜଣଙ୍କର ବଡ଼ ବଣଭୋଜି ପାଇଁ ପ୍ରସ୍ତୁତି ବୈଠକ-A ତା:୨୬-ନଭେମ୍ବର-୨୦୧୯ ସମୟ ସନ୍ଧ୍ୟା ୫ ଟାରୁ ୮:୩୦ ଟା ସମୟ ମଧ୍ୟରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ନୂଆପଡ଼ା ଠାରେ ଅନୁଷ୍ଠିତ ହୋଇଯାଇଛି, ।ଏହି ବୈଠକରେ ଯୋଗଦେଇ ଥିଲେ ଏହି ସର୍ବବୃହତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପୂରାତନ କାର୍ଯ୍ୟକର୍ତ୍ତା ଶିବାଜୀ ପଣ୍ଡା, ଲୋକନାଥ ରଥ,ମନିଷ ତିୱାରୀ,ନୂଆପଡ଼ା ନଗରର ନଗର ସଭାପତି ଶିବ ପ୍ରସାଦ ଶା , ଜିଲ୍ଲା ସହ-ସଂଯୋଜକ ମନୋଜ କୁମାର ରଣା, ନୂଆପଡ଼ା ନଗର ସମ୍ପାଦକ ବିଭୂତି ମାଝି,ନଗର କଳାମଞ୍ଚ ପ୍ରମୁଖ ମୁଲଚାନ୍ଦ୍ ରଣା, ଓ ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି ନୂଆପଡ଼ା ଜିଲ୍ଲାର ସମସ୍ତ କଲେଜରୁ ଶିକ୍ଷକ, ଶିକ୍ଷୟତ୍ରୀ ଙ୍କୁ ନେଇ ୨୦୦ ଜଣ ଓ ପୂରାତନ କାର୍ଯ୍ୟକର୍ତ୍ତା କେତେ ଜଣ ସେମିତି ମିଶେଇ ୨୫୦ ଜଣଙ୍କୁ ନେଇ ବଣଭୋଜି ହେବ ଓ ନୂଆପଡ଼ା ଜିଲ୍ଲାର ଦର୍ଶନୀୟ ସ୍ଥାନ ପତୋରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରାଯିବ ବୋଲି ବୈଠକରେ ଚର୍ଚ୍ଚା କରିଥିଲେ।

Advertisement