Saturday, September 26, 2026
ADVERTISEMENT
Home କୋରାପୁଟ ବିପଦ ସଙ୍କୁଳ ଘରୁ ଭୁଷୁଡିବା ଘଟଣା ୭ ଘଣ୍ଟା ଅପରେସନ,୩ ଉଦ୍ଧାର, ନାବାଳିକା ମୃତ

ବିପଦ ସଙ୍କୁଳ ଘରୁ ଭୁଷୁଡିବା ଘଟଣା ୭ ଘଣ୍ଟା ଅପରେସନ,୩ ଉଦ୍ଧାର, ନାବାଳିକା ମୃତ

424
ADVERTISEMENT

ଜୟପୁର,୨୩।୧୧(ଡି.ଏଚ/ଦୟାନିଧି ପଟ୍ଟନାୟକ) : କୋରାପୁଟ ଜିଲ୍ଲା ଜୟପୁର ନିକଟସ୍ଥ ବାରାଣିପୁଟ ସ୍ଥିତ ଇରିଗେସନ ବିଭାଗର ବହୁ ଘର ବିପଦ ସଂଙ୍କୁଳ ହୋଇ ପଡିରହିଛି। ଶୁକ୍ରବାର ଦିନ ଗୋଟିଏ ବିପଦ ସଂଙ୍କୁଳ ଘରେ ଗୋଟିଏ ଦୈତାରି ଖରା ନାମକ ପରିବାରର ୪ ଜଣ ସଦସ୍ୟ ଇଟା ବାହାର କରିବା ପାଇଁ ଯାଇଥିଲେ। ସେହି ସମୟରେ ଘରର ଛାତ ଚାପି ହୋଇ ଯାଇଥିଲା। ଫଳରେ ଗୋଟିଏ ପରିବାରର ୪ ଜଣ ସଦସ୍ୟ ଛାତ ତଲେ ଚାପି ହୋଇ ଯାଇଥିଲେ। ଏହି ଖବର ପ୍ରଶାସନ ନିକଟରେ ପହଞ୍ଚିବା ପରେ ଦମକଳ ବିଭାଗ,,ଓଡ୍ରାଫ,ପୋଲିସ, ଏପି,ତହସିଲଦାର ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଦୀର୍ଘ ୭ ଘଣ୍ଟା ଅପରେସନ ପରେ ରଶ୍ମିତା ଖରା, ସୂର୍ଯ୍ୟ ମଣି ବାଘ,ନିତୁ ବାଘକୁ ଉଦ୍ଧାର କରାଯାଇଥିବା ବେଳେ ବହୁ ବିଳମ୍ବରେ ଆସୋନ ଖରାକୁ ଉଦ୍ଧାର କରାଯାଇଥିଲା। ଆସୋନ ଖରା ବୟସ ୯ ମୃତ୍ୟୁ ବରଣ କରିଛନ୍ତି। ଆଉ ତିନି ଜଣଙ୍କ ବର୍ତ୍ତମାନ ଜୟପୁର ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିବା ବେଳେ ସମସ୍ତଙ୍କ ଅବସ୍ଥା ଧିରେ ଧିରେ ସୁଧାର ହେବାରେ ଲାଗିଛି। ବାରଣିପୁଟ ଇରିଗେସନ ବିଭାଗର ବହୁ ଘର ଏପରି ବିପଦ ସଂଙ୍କୁଳ ଅବସ୍ଥାରେ ଥିବା ବେଳେ ଏହି ଘଟଣା ନେଇ ବିଭାଗ ନିରବ ନା ବିପଦ ସଂଙ୍କୁଳ ଗୃହକୁ ଭାଙ୍ଗିବ ତାହା ସମୟ କହିବ ବୋଲି ସ୍ପଷ୍ଟ ହୋଇଛି।

Advertisement