ଆସନ୍ତାକାଲି ରାଞ୍ଚିରେ ମୋଦି କରିବେ ଯୋଗ

297
ADVERTISEMENT

ନୂଆଦିଲ୍ଲୀ, ୨୦/୬(ଡିଏଚବି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଝାଡ଼ଖଣ୍ଡର ରାଞ୍ଚିଠାରେ ଯୋଗ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ସୂଚନା ମିଳିଛି। ଶୁକ୍ରବାର ଅର୍ଥାତ୍‌ ଜୁନ୍‌ ୨୧ରେ ଏଠାରେ ଯୋଗ ଦିବସ ପାଳନ ପାଇଁ ମୋଦିଙ୍କୁ ସ୍ବାଗତ କରିବା ଲାଗି ସମସ୍ତେ ପ୍ରସ୍ତୁତ ରହିଛନ୍ତି। ଏଥିରେ ପାଖାପାଖି ୩୦ହଜାର ଲୋକ ଯୋଗ ଅଭ୍ୟାସ କରିବାର କାର୍ଯ୍ୟକ୍ରମ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଯୋଗକୁ ନେଇ ଝାଡ଼ଖଣ୍ଡବାସୀ ବେଶ୍‌ ସଚେତନ ବୋଲି କହିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ।

ସୂଚନାଯୋଗ୍ୟ ଯେ, ୟୁନାଇଟେଡ ନେଶସନ୍ସ ଜେନରାଲ ଆସେମ୍ବ୍ଲି(ୟୁଏନ୍‌ଜିଏ)ରେ ପ୍ରଥମେ ମୋଦି ୨୦୧୪ ସେପ୍ଟେମ୍ବର ୨୭ରେ ଅନ୍ତର୍ଜାତୀୟ ଯୋଗ ଦିବସର ପ୍ରସ୍ତାବ ଦେଇଥିଲେ।

Advertisement