Wednesday, September 23, 2026
ADVERTISEMENT
Home ଜିଲ୍ଲା ନୂଆପଡ଼ା ନ୍ୟାସନାଲ କଲେଜ ରାଜନୀତି ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ମାନେ ପରିବେଶର ସୁରକ୍ଷା ନିମନ୍ତେ ...

ନୂଆପଡ଼ା ନ୍ୟାସନାଲ କଲେଜ ରାଜନୀତି ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ମାନେ ପରିବେଶର ସୁରକ୍ଷା ନିମନ୍ତେ ଗଛ ଲଗାଇଲେ

329
ADVERTISEMENT

ନୂଆପଡ଼ା,୨୨ା୧୧(ଡି.ଏଚ/ମନୋଜ କୁମାର ରଣା) : ଆଜି ନ୍ୟାସନାଲ କଲେଜ ନୂଆପଡ଼ା ଠାରେ ପରିବେଶ ପ୍ରଦୂଷଣ ଓ ଭଲ ବାତାବରଣ ସୃଷ୍ଟି କରିବା ପାଇଁ ରାଜନୀତି ବିଜ୍ଞାନ ବିଭାଗର ଦ୍ଵିତୀୟ ଓ ତୃତୀୟ ବର୍ଷର ସମସ୍ତ ଛାତ୍ରଛାତ୍ରୀ ମାନେ ଓ ଏହି ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକା ଶ୍ରୀମତୀ ମମତା ପଟ୍ଟନାୟକ କଲେଜ ପରିସରରେ ଗଛ ଲଗାଇଥିଲେ ।ଗଛ ଲଗାଇବା ସମୟ ବେଳକୁ ଅଧ୍ୟାପିକା ଶ୍ରୀମତୀ ମମତା ପଟ୍ଟନାୟକ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ ଯେ ଆମେ ଏ ଗଛ ମାନଙ୍କୁ ଯେମିତି ଗୋଟେ ମାଁ ନିଜର ଶିଶୁ ତା ପିଲାଛୁଆ କୁ ଯତ୍ନ ନିଏ ବଡ଼ ହେବା ପର୍ଯ୍ୟନ୍ତ ସେହିପରି ଆମେ ମଧ୍ୟ ଏ ସମସ୍ତ ଗଛକୁ ଗୋଟିଏ ଶିଶୁ ଭାବି ଯତ୍ନ ନେବା ଉଚିତ୍ । ଏହିସମୟରେ ଛାତ୍ର ଛାତ୍ରୀ ମାନଙ୍କର ଉତ୍ସାହ ବଢାଇବା ପାଇଁ ଇଂରାଜୀ ବିଭାଗର ଅଧ୍ୟାପିକା ଶ୍ରୀମତୀ କବିତା ରଥ ଓ ଇତିହାସ ବିଭାଗର ଅଧ୍ୟାପିକା ଶ୍ରୀମତୀ ଡ. ମିନାକ୍ଷୀ ଦାସ ମହୋଦୟା ଯୋଗଦେଇ ଗଛ ମାନଙ୍କର ପ୍ରତେକ ଦିନ ଯତ୍ନ ନେବାପାଇଁ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ । ଗଛ ଲଗାଇ ସାରିଲା ପରେ ସମସ୍ତେ ଛାତ୍ରଛାତ୍ରୀ ମାନେ ସଂକଳ୍ପ ନେଇ ଅଧ୍ୟାପିକା ମାନଙ୍କ କଥା ରଖିବା ତଥା ଗଛର ବଡ଼ ହେବା ପର୍ଯ୍ୟନ୍ତ ଯତ୍ନ ନେବାପାଇଁ ଆଶ୍ୱସ୍ତ କରେଇଥିଲେ ଏବଂ ସମସ୍ତ ଛାତ୍ରଛାତ୍ରୀ ମାନେ ସମସ୍ତ ଗଛର ଜଣେ ଜଣେ ଦାୟିତ୍ଵ ବହନ କରିଥିଲେ ଆଉ ଯେଉଁ ଦିନ କଲେଜ ଛୁଟିଥାଏ ସେଦିନ ଯିଏ କଲେଜ ସାମ୍ନାର ଛାତ୍ର ବା ଛାତ୍ରୀ ଆସି ସେ ଗଛରେ ପାଣି ଦେବେ ବୋଲି ସ୍ଥିର କଲେ ।

Advertisement