Thursday, September 24, 2026
ADVERTISEMENT
Home କୋରାପୁଟ ପେସାରେ ଖଲାସି ହେଲେ ନିଶା ରହିଛି ଫୂଟବଲ ପ୍ରତି

ପେସାରେ ଖଲାସି ହେଲେ ନିଶା ରହିଛି ଫୂଟବଲ ପ୍ରତି

822
ADVERTISEMENT

ଜୟପୁର,୧୫-୧୧(ଡି.ଏଚ/ଦୟାନିଧି ପଟନାୟକ) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ମା ବୁଢୀଠକୁରାଣୀ ଖଲାସି ସଂଘ ପେସାରେ ଦିନ ମଜୁରିଆ କାର୍ଯ୍ୟ କରିବା ହେଲେ ଏହି ସଂଘର ନିଶା ରହିଛି ଫୂଟବଲ ପ୍ରତି। ଯାହାକୁ ନେଇ ନିଜ ଅଞ୍ଚଳରେ ଫୁଟବଲର ଲୋକ ପ୍ରିୟତ ବଢାଇବା ପାଇଁ ପ୍ରତିବର୍ଷ ସଂଘ ତରଫରୁ ଆୟୋଜନ କରାଯାଉଛି । ଫୂଟବଲ ତୁର୍ଣ୍ଣାମେଣ୍ଟ, ଆଉ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିଥାନ୍ତି ରାଜ୍ୟ ବାହାରର ବହୁ ନାମିଦାମି ଟିମ। ଆଉ ମେଚ ଦେଖିବାକୁ କୋରପୁଟ ଜିଲାର ବିଭିର୍ଣ୍ଣ ଅଞ୍ଚଳରୁ ଜମୁଛି ଦର୍ଶକଙ୍କ ଭିଡ ।

କୋରାପୁଟ ଭଳି ଆଦିବାସୀ ଅଦ୍ୟୁସିତ ଜିଲାରେ ଫୂଟବଲ କ୍ରୀଡା ମୌଳି ଯାଉଥିବା ସମୟରେ ବୋରିଗୁମ୍ମାର ଦିନମଜୁରୀ ଭାବେ ମୂଲ କରି ଜୀବକ ଅତିବାହିତ କରୁଥିବା ମା ବୁଢୀଠକୁରାଣୀ ଖଲାସୀ ସଂଘର ନିଶା ରହିଛି ଫୂଟବଲ କ୍ରୀଡା ପ୍ରତି।ଯାହାର ଫଳ ସ୍ୱରୂପ ଦୀର୍ଘ 5 ବର୍ଷ ଧରି ଏହି ସଂଘ ତରଫରୁ ବୋରିଗୁମ୍ମା ଅଞ୍ଚଳରେ ଫୂଟବଲକୁ ଜୀବିତ ରଖିବା ପାଇଁ ପ୍ରତି ବର୍ଷ ପୁରୁଣା ବୋରିଗୁମ୍ମା ପଡିଆ ଠାରେ ବହୁତ ସୁନ୍ଦର ଭାବେ ଆୟୋଜନ କରିଆସୁଛନ୍ତି ଓପେନ ଫୁଟବଲ ଟୁର୍ଣ୍ଣାମେଣ୍ଟ ।ଏହି ଟୁର୍ଣ୍ଣାମେଣ୍ଟରେ ଛତିଶଗଡ଼, ଆନ୍ଧ୍ର,ତେଲେଙ୍ଗାନା ଏବଂ ଓଡିଶାର ବହୁ ନାମିଦାମୀ ଆଠଟି ଦଳକୁ ନେଇ ଆଜିୟୋଜିତ ହେଉଛି ଟୁର୍ଣ୍ଣାମେଣ୍ଟ। ଆଉ ଏସବୁ ମଧ୍ୟରେ ପ୍ରତି ବର୍ଷ ଫାଇନାଲ ମେଚରେ ଦର୍ଶକଙ୍କ ଆକର୍ଷଣ ନିମନ୍ତେ ସଂଘ ଆମନ୍ତ୍ରିତ କରିଥାଏ ଚଳଚିତ୍ରର ନାୟକ ଏବଂ ନାୟିକା ଯଦ୍ୱାର କି ଖେଳାଳିଙ୍କ ମାନଭାଵ ବଢାଇବା ସଙ୍ଗେ ସଙ୍ଗେ ଦର୍ଶକଙ୍କୁ ମନରଞ୍ଜନ ମିଳିଥାଏ।

Advertisement