Thursday, November 5, 2026
ADVERTISEMENT
Home ଗଜପତି କାର୍ତିକ ମାସ ପୂର୍ଣ୍ଣିମାରେ ସଂକୀର୍ତ୍ତନ କାର୍ଯ୍ୟକ୍ରମ

କାର୍ତିକ ମାସ ପୂର୍ଣ୍ଣିମାରେ ସଂକୀର୍ତ୍ତନ କାର୍ଯ୍ୟକ୍ରମ

281
ADVERTISEMENT

ମୋହନା ୧୩/୧୧ (ଡି.ଏଚ/ମୋହନ ଗୌଡ) : ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ କର୍ଚ୍ଚବାଡି ଗ୍ରାମରେ କାର୍ତିକ ପୂର୍ଣ୍ଣିମା ଉପଲକ୍ଷେ ବଡି ଭୋର ସକାଳୁ ସମସ୍ତ ପୁରୁଷ ଓ ମହିଳା ଉଠି ନିତ୍ୟକ୍ରମ ସାରି ନୂତନ ବସ୍ତ୍ର ପରିଧାନ କରି ଗ୍ରାମ ଦାଣ୍ଡ ସଂକିର୍ତନ କରି ଗ୍ରାମ୍ୟ ପରିଭ୍ରମଣ କରିଥିଲେ । ଆଖପାଖ ଗ୍ରାମ ଗୁଡିକୁ ସଂକୀର୍ତ୍ତନରେ ଯାଇ ପରିଭ୍ରମଣ କରି ଆସିଥିଲେ । ସଂକିର୍ତନ ପରିଭ୍ରମଣ କରି ଆସିବା ପରେ କର୍ଚ୍ଚବାଡି ଗ୍ରାମରେ ପ୍ରାୟ ୪ ଶହ ରୁ ୫ ଶହ ଜନସାଧାରଣ ଉଭୟ ପୁରୁଷ ଓ ମହିଳା ଯୋଗଦେଇ ପୂର୍ଣ୍ଣାହୁତି ଓ ନାମଯଜ୍ଞ କରାଯାଇଥିଲା ।

Advertisement