Friday, November 6, 2026
ADVERTISEMENT
Home ଗଜପତି ଗୁଣି ସନ୍ଦେହରେ ଗଡୁଛି ମୁଣ୍ଡ

ଗୁଣି ସନ୍ଦେହରେ ଗଡୁଛି ମୁଣ୍ଡ

459
ADVERTISEMENT

ମୋହନା,୧୩/୧୧ (ଡି.ଏଚ/ମୋହନ ଗୌଡ) : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଭାଲିଆସାହିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବର୍ତମାନର ସମୟରେ ମଧ୍ୟ ଘେରି ରହିଛି ଅନ୍ଧବିଶ୍ୱାସର ଦୁନିଆ । ଗଜପତି ଜିଲ୍ଲା ମୋହନା ଥାନାରେ ଅନ୍ଧବିଶ୍ୱାସୀର ଅନ୍ଧ ଗଳିରେ ଯାଉଛି ଜୀବନ । ଦିନକୁ ଦିନ ଅନ୍ଧ ବିଶ୍ୱାସ ବଢିବାରେ ଲାଗିଛି । ଗୁଣିଗାରେଡି ସନ୍ଦେହରେ ଅତି ନିର୍ମମ ଭାବେ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗତକାଲି ସନ୍ଧ୍ୟାରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ବ୍ୟକ୍ତି ଜଣକ ହେଲେ ଭାଲିଆସାହି ଗ୍ରାମର ଦସୁ ମଲ୍ଲିକ (୭୫) । ଗୁଣିଗାରେଡି ସନ୍ଦେହରେ ବାପାଙ୍କୁ ଏଭଳି ହତ୍ୟା କରାଯାଇଥିବା ମୃତକଙ୍କ ପୁଅ ଥାନାରେ ଅଭିଯୋଗ କରିଛନ୍ତି । ଘଟଣାରୁ ପ୍ରକାଶ କି ଉକ୍ତ ଅଂଚଳର ଲୋକମାନେ ଦେହ ଖରାପ ହେଲେ ସେମାନେ ଦସୁଙ୍କ ଠାରୁ ଚେରମୂଳି ଔଷଧ ନେଉଥିଲେ । ତେବେ ସେ ଗୁଣିଗାରେଡି କରୁଥିବା ସନେ୍ଦହରେ ପୂର୍ବରୁ ତାଙ୍କର ବେଣୀପଦର ଗ୍ରାମର କିଛି ଲୋକଙ୍କ ସହିତ ଶତ୍ରୁତା ଥିଲା । ଏନେଇ ପୂର୍ବରୁ ଗତକିଛିଦିନ ତଳେ ମୋହନା ଥାନାରେ ମାମଲା ରୁଜୁ ହୋଇଥିଲା । ଗତକାଲି ଦସୁ ଜଙ୍ଗଲକୁ ଗାଇ ଚରାଇବାକୁ ଯାଇଥିବା ବେଳେ ପାଖ ଗାଁର କିଛି ଲୋକ ପହଂଚି ତାଙ୍କୁ ଆକ୍ରମଣ କରିଥିଲେ । ଏହାପରେ କଟୁରି ସାହାଯ୍ୟରେ ସେମାନେ ଦସୁଙ୍କ ମୁଣ୍ଡକୁ ଅଲଗା କରି ଦେଇଥିବା ତାଙ୍କ ପୁଅ ପୁଲିସ୍ ନିକଟରେ ଅଭିଯୋଗ କରିଛନ୍ତି । ପରିବାର ଲୋକେ ସନ୍ଧ୍ୟାରେ ଖୋଜାଖୋଜି କରିବାପରେ ଭାଲିଆସାହି ଗାଁ ପାଖ ଜଙ୍ଗଲରୁ ଏକ ମୁଣ୍ଡବିହୀନ ମୃତଦେହ ଦେଖିବାକୁ ପାଇଥିଲା । ପରେ ଏହା ଦସୁଙ୍କ ମୃତଦେହ ବୋଲି ଜଣାପଡିଥିଳା । ମୋହନା ଥାନାରେ କେସ ନଂ ୨୦୨/୧୯ରେ ମାମଲା ରୁଜୁ କରି ମାମଲା ୩୦୨/୨୦୧/୩୪ ରେ ଆଇପିସି ରେଜିଷ୍ଟର କରାଯାଇଥିବା ବେଳେ ଘଟଣାସ୍ଥଳରେ ପୁଲିସ୍ ପହଂଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି ।

Advertisement