Wednesday, September 30, 2026
ADVERTISEMENT
Home କୋରାପୁଟ ମା କନକମଣି ମାଉଲିଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ କଳସ ଯାତ୍ରା ଅନୁଷ୍ଠିତ

ମା କନକମଣି ମାଉଲିଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ କଳସ ଯାତ୍ରା ଅନୁଷ୍ଠିତ

357
ADVERTISEMENT

କୋଟପାଡ଼,୧୩/୧୧(ଡି.ଏଚ/ଦୟାନିଧି ପଟନାୟକ ): କୋରାପୁଟ ଜିଲ୍ଲା କୋଟପାଡ଼ ସହରର ଆରାଧ୍ୟଦେବୀ ମା କନକମଣୀ ମାଉଲି ନୂତନ ମନ୍ଦିର ପ୍ରତିଷ୍ଠା ଅବସରରେ କୋଟପାଡ଼ର ଐତିହାସିକ ଦମୟନ୍ତି ସାଗରରୁ ସୋମବାର ଦିନ କଳସ ଯାତ୍ରା ଆରମ୍ଭ କରାଯାଇଛି । ଏହି ଅବସରରେ ଦୁଇ ହଜାରରୁ ଉର୍ଦ୍ଧ୍ବ ମହିଳା ମାନେ ପାଣି ଘାଟରୁ ଜଳ କଳସରେ ସଂଗ୍ରହ କରି ମନ୍ଦିରରେ ପହଞ୍ଚିଥିଲେ। ପଣ୍ଡିତ ମାନଙ୍କ ଦ୍ୱାରା ମା ଙ୍କୁ ଆହ୍ୱାନ କରାଯାଇ ଆଳତୀ କରାଯାଇ ମା ଙ୍କ ଆସ୍ଥାୟୀ ମଣ୍ଡପକୁ ପହଞ୍ଚି ଥିଲେ। ଉକ୍ତ ସମୟରେ ବିଭିନ୍ନ ବାଜାବାଜଣା ସହ ମହିଳାଙ୍କ ହୁଳହୁଳି ଓ ସଂକୀର୍ତ୍ତନରେ ହଜାର ହଜାର ଜନସାଧାରଣ ଯୋଗ ଦେଇଥିବା ବେଳେ ସମସ୍ତ ଭକ୍ତ ପାଇଁ ଅନ୍ନ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ଗତ ୯ ତାରିଖ ଦିନ ଉକ୍ତ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଗୁରୁବାର ଦିନ ରତ୍ନମୁଦ ଓ ୧୫ ତାରିଖ ଦିନ ଶୁକ୍ରବାର ବାର ସକାଳ ୮ ଟାରେ ମା ମାଉଲି ନୂତନ ମନ୍ଦିରରେ ପ୍ରବେଶ କରିବାର ସମୟ ନିର୍ଘଣ୍ଟ ହୋଇଛି। ଏହି ପ୍ରତିଷ୍ଠା ଉତ୍ସବରେ ଆନ୍ଧ୍ର, ଛତିଶଗଡ଼, ମଧ୍ୟପ୍ରଦେଶ ଓ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିବାରେ ଲାଗିଛି। ପ୍ରତିଦିନ ଭକ୍ତଙ୍କ ଲାଗି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି। ସହରର ଅନାନ୍ୟା ଦେବୀ ମାନଙ୍କୁ ନିମନ୍ତ୍ରଣ କରାଯାଇଛି। ସହର ସାରା ଆଲୋକ ମାଳାରେ ଝଲସୁଛି। ସନ୍ଧ୍ୟା ସମୟରେ ଭିଡ଼କୁ ଦେଖି ପୋଲିସ ପକ୍ଷରୁ ବ୍ୟବକ ବ୍ୟବସ୍ଥା କରାଯାଇଛି। ଦୁଇ ପ୍ଲାଟୁନ ଫୋର୍ସ ପୋଲିସ ପକ୍ଷରୁ ଅଣାଯାଇ ମୃତୟନ କରାଯାଇଛି।

Advertisement