ତିରୁଅନନ୍ତପୁରମ,୧୩/୧୧(ଡି.ଏଚ) : ମଣ୍ଡଳ ପୂଜା ଉତ୍ସବ ଲାଗି ସାବରିମାଲା ମନ୍ଦିର ମଧ୍ୟରେ ଓ ଚର୍ତୁପାର୍ଶ୍ୱରେ କେରଳ ପୁଲିସ ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ରହଣପୂର୍ବକ ୧୦ ହଜାରରୁ ଉର୍ଦ୍ଧ୍ୱ ନିରାପତ୍ତା କର୍ମଚାରୀ ମୁତୟନ କରିବ । ନଭେମ୍ବର ୧୫ ତାରିଖରୁ ପାଞ୍ଚଟି ପର୍ଯ୍ୟାୟରେ ଏହି ମୁତୟନ କାର୍ଯ୍ୟ ଆରମ୍ଭ ହେବ। ତୀର୍ଥଯାତ୍ରୀ ବେଳା ଆସିଥିବାରୁ ନଭେମ୍ବର ୧୬ ତାରିଖରୁ ଦୀର୍ଘ ତିନି ମାସ ଯାଏଁ ମନ୍ଦିର ଖୋଲା ରହିବ। କେରଳ ପୁଲିସ ରିଲିଜ୍ କରିଥିବା ଏକ ବିଜ୍ଞପ୍ତିରେ ଉଲ୍ଲେଖ ଅଛି ଯେ ୨୪ ଜଣ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଏବଂ ସହକାରୀ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍, ୧୧୨ ଜଣ ଡେପୁଟି ଏସ୍ପି, ୨୬୪ ଜଣ ଇନ୍ସ୍ପେକ୍ଟର୍, ୧୧୮୫ ଜଣ ସବ୍-ଇନ୍ସ୍ପେକ୍ଟର୍ ନିଯୁକ୍ତ ହେବେ। ୩୦୭ ଜଣ ମହିଳାଙ୍କ ସମେତ ସମୁଦାୟ ୮୪୦୨ ସିଭିଲ୍ ପୁଲିସ୍ ଅଫିସର ମନ୍ଦିର ପରିଧି ମଧ୍ୟରେ ଡିୟୁଟି କରିବେ। କେରଳର ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ କହିଥିଲେ ଯେ ସବୁ ବୟସ ବର୍ଗର ମହିଳାମାନଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶାନୁମତି ଦେଉଥିବା ସୁପ୍ରିମ୍ କୋର୍ଟଙ୍କ ଆଦେଶକୁ ଏଡ଼ାଇବା ଲାଗି କୌଣସି ଆଇନ କରିବା ସମ୍ଭବପର ନୁହେଁ। ସାବରିମାଲାସ୍ଥିତ ପ୍ରଭୁ ଆୟାପ୍ପାଙ୍କ ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଗତବର୍ଷ ସେପ୍ଟେମ୍ବର ୨୮ ତାରିଖରେ ସବୁ ବୟସ ବର୍ଗର ମହିଳାମାନଙ୍କୁ ଅନୁମତି ଦେଇଥିଲା।




















