Friday, November 20, 2026
ADVERTISEMENT
Home ଜାତୀୟ ହାଇଦ୍ରାବାଦରେ ଦୁଇଟି ଟ୍ରେନ୍‌ ସାମ୍ନାସାମ୍ନି ଧକ୍କା ହେବାରୁ ୧୩ ଜଣ ଯାତ୍ରୀ ଆହତ

ହାଇଦ୍ରାବାଦରେ ଦୁଇଟି ଟ୍ରେନ୍‌ ସାମ୍ନାସାମ୍ନି ଧକ୍କା ହେବାରୁ ୧୩ ଜଣ ଯାତ୍ରୀ ଆହତ

320
ADVERTISEMENT

ହାଇଦ୍ରାବାଦ,୧୧/୧୧ (ଡି.ଏଚ): ସୋମବାର ପୂର୍ବାହ୍ନରେ କାଚେଗୁଡ଼ା-ମାଲାକପେଟ୍‌ ରେଳବାଇ ଷ୍ଟେସନ୍‌ରେ ଦୁଇଟି ଟ୍ରେନ୍‌ ମଧ୍ୟରେ ସାମ୍ନାସାମ୍ନି ଧକ୍କା ହେବାରୁ ୧୩ ଜଣ ଆହତ ହୋଇଛନ୍ତି। ଚିକିତ୍ସା ନିମନ୍ତେ ଆହତମାନଙ୍କୁ ନିକଟରେ ଥିବା ଡାକ୍ତରଖାନା ଗୁଡ଼ିକ ନିଆଯାଇଛି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରେନ୍‌ଗୁଡ଼ିକ ହେଉଛନ୍ତି ଏମ୍‌ଏମ୍‌ଟିଏସ୍‌ ଏବଂ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌। ଗୋଟିଏ ଧାରଣା ଉପରେ ଦୁଇଟି ଟ୍ରେନ୍‌ ଆସିଯିବାରୁ ଦୁର୍ଘଟଣା ଘଟିଛି। ଏମ୍‌ଏମ୍‌ଟିଏସ୍‌ର ତିନୋଟି ବଗି ଧାରଣାଚ୍ୟୁତ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି, ରେଳବାଇ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥରେ ପହଞ୍ଚୁଛନ୍ତି।

Advertisement