ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ନୀତିନ ଗଡ଼କରୀ କହିଲେ ,‘ ନ୍ୟାୟିକ ବ୍ୟବସ୍ଥା ଉପରେ ସଂପୂର୍ଣ୍ଣ ବିଶ୍ୱାସ ରଖିବା ସହ ଶାନ୍ତିଶୃଙ୍ଖଳା ବଜାୟ ରଖିବା

262
ADVERTISEMENT

ନୂଆଦିଲ୍ଲୀ,୯।୧୧(ଡି.ଏଚ ): ଅଯୋଧ୍ୟା ଉପରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ଦେଶବାସୀଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି ।ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ନ୍ୟାୟପାଳିକା ମାନ-ସମ୍ମାନକୁ ଆଗରେ ରଖି ସମାଜର ସବୁପକ୍ଷ, ସାମାଜିକ-ସାଂସ୍କୃତିକ ସଂଗଠନ, ସବୁ ପକ୍ଷ ବିଗତ ଦିନରେ ସକରାତ୍ମକ ବାତାବରଣ ପାଇଁ ଯେଉଁ ଉଦ୍ୟମ କରିଛନ୍ତି, ସେମାନଙ୍କୁ ସ୍ୱାଗତ କରୁଛି । କୋର୍ଟଙ୍କ ରାୟ ପରେ ସମସ୍ତଙ୍କୁ ଏକାଠି ହୋଇ ଶାନ୍ତି ପ୍ରତିଷ୍ଠା କରିବା ଦରକାର ।


ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇବା ପୂର୍ବରୁ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ନିଜର ପ୍ରତିକ୍ରିୟା ରେ କହିଛନ୍ତି ,‘ନ୍ୟାୟିକ ବ୍ୟବସ୍ଥା ଉପରେ ଆମର ସଂପୂର୍ଣ୍ଣ ବିଶ୍ୱାସ ରହିଛି ।’ ସୁପ୍ରିମକୋର୍ଟଙ୍କ ରାୟ ସମସ୍ତେ ଗ୍ରହଣ କରନ୍ତୁ ଏବଂ ଶାନ୍ତି ପାଇଁ କାମନା କରନ୍ତୁ।’
ଅପରପକ୍ଷରେ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ କହିଛନ୍ତି ଯେ ରାଜ୍ୟର ଶାନ୍ତି ରକ୍ଷାଲାଗି ସବୁ ବନ୍ଦୋବସ୍ତ କରାଯାଇଛି ।

Advertisement