Saturday, November 21, 2026
ADVERTISEMENT
Home ଜାତୀୟ ଦିଲ୍ଲୀ ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟଙ୍କ ଉଦ୍‌ବେଗ: ୩ ରାଜ୍ୟର ମୁଖ୍ୟ ସଚିବଙ୍କୁ ସମନ

ଦିଲ୍ଲୀ ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟଙ୍କ ଉଦ୍‌ବେଗ: ୩ ରାଜ୍ୟର ମୁଖ୍ୟ ସଚିବଙ୍କୁ ସମନ

320
ADVERTISEMENT

ନୂଆଦିଲ୍ଲୀ,୦୫/୧୧ (ଡି.ଏଚ): ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଉତ୍କଟ ବାୟୁ ପ୍ରଦୂଷଣକୁ ନେଇ ସୋମବାର ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିବା ସହ ଏକାଧିକ ନିର୍ଦ୍ଦେଶ ଜାରି କରିଛନ୍ତି। ପ୍ରଦୂଷଣ ରୋକିବା ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେବାରେ ବିଫଳ ହୋଇଥିବାରୁ ସର୍ବୋଚ୍ଚ ଅଦାଲତ ଅସନ୍ତୋଷ ବ୍ୟକ୍ତ କରିବା ସହ ମୁଖ୍ୟ ସଚିବଙ୍କଠାରୁ ଆରମ୍ଭ କରି ପ୍ରଶାସନର ତଳସ୍ତରର ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ କୋର୍ଟ ନିର୍ଦ୍ଦେଶନାମା ଅନୁପାଳନ କରିବାକୁ କହିଛନ୍ତି। ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିପାର କିନ୍ତୁ ଲୋକଙ୍କୁ ମାରିବା ପାଇଁ ଛାଡ଼ିଦିଆଯାଇପାରିବ ନାହିଁ ବୋଲି ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଥିଲେ। ଏହି ସମୟରେ କୋର୍ଟରେ ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶର ମୁଖ୍ୟ ସଚିବମାନେ ଉପସ୍ଥିତ ଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ବୁଧବାରକୁ ଧାର୍ଯ୍ୟ କରାଯାଇଛି। ପ୍ରଦୂଷଣ ରୋକିବା ଦିଗରେ ପଦକ୍ଷେପ ନେଉ ନ ଥିବା ଅଧିକାରୀଙ୍କୁ ଦଣ୍ଡିତ କରାଯିବ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଦେଇଛନ୍ତି। ନଡ଼ା ପୋଡ଼ି ବନ୍ଦ ନିମନ୍ତେ କ’ଣ ପଦକ୍ଷେପ ନିଆଯାଉଛି ତାହା ଜଣାଇବାକୁ ଅଦାଲତ ସ୍ଥାନୀୟ ଥାନାଗୁଡିକର ଏସ୍‌ଏଚ୍‌ଓମାନଙ୍କୁ ଦାୟିତ୍ୱ ଦେଇଛନ୍ତି। ଏଥିସହିତ ଦିଲ୍ଲୀ ଏନ୍‌ସିଆର୍‌ରେ ନିର୍ମାଣ କାର୍ଯ୍ୟ ଓ ବର୍ଜ୍ୟ ପୋଡ଼ିବା ଉପରେ ଜରିମାନା ଧାର୍ଯ୍ୟ କରାଯାଇଛି। ପ୍ରଦୂଷଣ ରୋକିବାରେ କର୍ତ୍ତୃପକ୍ଷଙ୍କ ବିଫଳତାକୁ ସୁପ୍ରିମକୋର୍ଟ ନିନ୍ଦା କରିଛନ୍ତି। ପ୍ରଦୂଷଣ ଯୋଗୁ ଜନସାଧାରଣ ସେମାନଙ୍କ ଜୀବନର ମୂଲ୍ୟବାନ ସମୟ ହରାଉଛନ୍ତି ବୋଲି ଖଣ୍ଡପୀଠ କହିଥିଲେ ।

Advertisement