Friday, November 20, 2026
ADVERTISEMENT
Home ଜାତୀୟ ଭୟଙ୍କର ସାମୁଦ୍ରିକ ବାତ୍ୟାର ରୂପ ନେଇ ‘ମହା’ ମୁହାଁଇଛି ଗୁଜୁରାଟ ଉପକୂଳ ଆଡ଼କୁ; ଗୁରୁବାର ପ୍ରତ୍ୟୁଷରେ...

ଭୟଙ୍କର ସାମୁଦ୍ରିକ ବାତ୍ୟାର ରୂପ ନେଇ ‘ମହା’ ମୁହାଁଇଛି ଗୁଜୁରାଟ ଉପକୂଳ ଆଡ଼କୁ; ଗୁରୁବାର ପ୍ରତ୍ୟୁଷରେ କରିପାରେ ସ୍ଥଳଭାଗ ଅତିକ୍ରମ

335
ADVERTISEMENT

ଅହମ୍ମଦାବାଦ,୦୪/୧୧ (ଡି.ଏଚ): ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଘୂର୍ଣ୍ଣିଝଡ଼ ମହା ଏବେ ଏକ ଭୟଙ୍କର ସାମୁଦ୍ରିକ ଚକ୍ରବାତ ବା ସାମୁଦ୍ରିକ ବାତ୍ୟାରେ ରୂପାନ୍ତରିତ ହୋଇ ସମୁଦ୍ର ଉପରେ ଭୀଷଣରୁ ଅତି ଭୀଷଣ ରୂପ ଧରି ଧୀର ମନ୍ଥର ଗତିରେ ଗୁଜୁରାଟ ଉପକୂଳ ଆଡ଼କୁ ମୁହାଁଇଛି। ସାମୁଦ୍ରିକ ବାତ୍ୟା ମହା ଅତି ଧୀର ଗତିରେ ଅଗ୍ରସର ହେଉଥିବାରୁ ଏହା ଗୁଜୁରାଟ ଉପକୂଳର ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ସ୍ଥଳଭାଗକୁ ଅତିକ୍ରମ କରିବ, ସେ ସଂପର୍କରେ କୌଣସି ପ୍ରକାରର ପ୍ରାକ୍‌ ଆକଳନ କରିବାରେ ସମର୍ଥ ହୋଇପାରି ନାହିଁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)।ତେବେ, ବର୍ତ୍ତମାନ ଉତ୍ତର କେନ୍ଦ୍ରୀୟ ଆରବ ସାଗରରେ ରହିଥିବା ସାମୁଦ୍ରିକ ବାତ୍ୟା କ୍ରମଶଃ ପଶ୍ଚିମ ଦିଗକୁ ଗତି କରିବା ସହ ଭାରତ ମୁହାଁ ହେବ ଏବଂ ବୁଧବାର ବିଳମ୍ବିତ ମଧ୍ୟରାତ୍ର କିମ୍ବା ଗୁରୁବାର ପ୍ରତ୍ୟୁଷରୁ ସାମୁଦ୍ରିକ ବାତ୍ୟା ‘ମହା’ ଗୁଜୁରାଟ ଉପକୂଳର ଦିଉ ଓ ପୋରବନ୍ଦର ମଧ୍ୟ ଦେଇ ସ୍ଥଳଭାଗ ଅତିକ୍ରମ କରିବାର ଯଥେଷ୍ଟ ସମ୍ଭାବନା ରହିଥିବା କହିଛି ଆଇଏମ୍‌ଡି।

Advertisement