Friday, November 20, 2026
ADVERTISEMENT
Home ଜାତୀୟ ଗୁରମିତଙ୍କ ସହଯୋଗୀ ହନିପ୍ରୀତଙ୍କ ଉପରୁ ହଟିଲା ଦେଶଦ୍ରୋହ ଅଭିଯୋଗ

ଗୁରମିତଙ୍କ ସହଯୋଗୀ ହନିପ୍ରୀତଙ୍କ ଉପରୁ ହଟିଲା ଦେଶଦ୍ରୋହ ଅଭିଯୋଗ

290
ADVERTISEMENT

ହରିୟାଣା,୦୨/୧୧ (ଡି.ଏଚ) : ଦୁଷ୍କର୍ମ ଅଭିଯୋଗରେ ଆଜୀବନ କାରାଦଣ୍ଡ କାଟୁଥିବା ହରିୟାଣା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମ ସିଂଙ୍କ ସହଯୋଗୀ ହନିପ୍ରୀତଙ୍କ ଉପରୁ ଦେଶଦ୍ରୋହ ମାମଲା ହଟାଇ ଦିଆଯାଇଛି। ହନିପ୍ରୀତଙ୍କ ବିରୋଧରେ ପୁଲିସ ଲଗାଇଥିବା ଦେଶଦ୍ରୋହ ଅଭିଯୋଗକୁ ପଞ୍ଚକୁଲା ଅଦାଲତ ହଟାଇ ଦେଇଛନ୍ତି। ଅଦାଲତଙ୍କ ଏଭଳି ନିଷ୍ପତ୍ତି ଯୋଗୁଁ ହରିୟାଣା ପୁଲିସକୁ ଏକ ବଡ଼ ଝଟକା ଲାଗିଥିବା ବେଳେ ରାମ ରହିମଙ୍କ ସମର୍ଥକ ଖୁସି ହୋଇଯାଇଛନ୍ତି। ହନିପ୍ରୀତଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ଉପରୁ ଏହି ଧାରାକୁ ହଟାଇ ଦିଆଯାଇଛି । ୨୦୧୭ ଅଗଷ୍ଟ ୨୫ରେ ଆତ୍ମଘୋଷିତ ଭଗବାନ ତଥା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମ ସିଂଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ କରାଯିବା ପରେ ପଞ୍ଚକୁଲାରେ ହିଂସା ସୃଷ୍ଟି ହୋଇଥିଲା। ଏହି ହିଂସା ସୃଷ୍ଟି କରିବାରେ ହନିପ୍ରୀତଙ୍କ ହାତ ଥିବା ନେଇ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ଅଦାଲତ ଆଜି ଏହି ଦେଶଦ୍ରୋହ ଅଭିଯୋଗ ହଟାଇ ଦେବା ପରେ ହନିପ୍ରୀତଙ୍କ ବିରୋଧରେ ହରିୟାଣ ପୁଲିସ ଦେଶଦ୍ରୋହ ମାମଲା ଆଉ ଚଲାଇ ପାରିବେ ନାହିଁ।
ଶନିବାର ଏହି ମାମଲାର ଶୁଣାଣି ଥିବା ବେଳେ ହନିପ୍ରୀତଙ୍କୁ ଭିଡିଓ କନଫରେନସିଂ ମାଧ୍ୟମରେ ହାଜର କରାଯାଇଥିଲା। ହନିପ୍ରୀତ ଅମ୍ବାଲାର ସେଣ୍ଟ୍ରଲ ଜେଲରେ ବନ୍ଦୀ ଅଛନ୍ତି।

Advertisement