ପାରଳାଖେମୁଣ୍ଡି,୦୨/୧୧ (ଡି.ଏଚ/ପ୍ରଭାତ କୁମାର ପାତ୍ର ) : ବ୍ରହ୍ମପୁରରୁ ଗୁଣପୁର ଆଭିମୁଖେ ଯାଉଥିବା ଶ୍ରୀଉମା ଯାତ୍ରୀବାହି ବସଟି ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ଘଟିଛି । ସୂଚନା ଅନୁଯାୟୀ ଆଜି ସକାଳେ ଶ୍ରୀଉମା ଏକ ଯାତ୍ରୀବାହି ବସ ବ୍ରହ୍ମପୁରରୁ ଗୁଣୁପୁର ଅଭିମୁଖେ ଯାଉଥିବା ସମୟରେ କାଶୀନଗର ରୋଡ଼ ଶିଆଳି ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା । ଏଥିରେ ବସିଥିବା ଯାତ୍ରୀମାନେ ଅଳ୍ପକେ ବର୍ତିଯାଇଥିବା ସୂଚନା ମିଳିଛି । ବସକୁ କ୍ରେନ ସାହାଯ୍ୟରେ ବାହାର କରି ଯାତ୍ରୀମାନଙ୍କୁ ସୁରକ୍ଷାରେ ଅଣାଯାଇଛି ବୋଲି ଜଣାପଡ଼ିଛି ।





















