Thursday, September 24, 2026
ADVERTISEMENT
Home ଗଜପତି ରାଜ୍ୟ ଏସସି-ଏସଟି ମନ୍ତ୍ରୀଙ୍କ ବିଭିନ୍ନ ବାଦ୍ୟାଳୟର ପରିଦର୍ଶନ

ରାଜ୍ୟ ଏସସି-ଏସଟି ମନ୍ତ୍ରୀଙ୍କ ବିଭିନ୍ନ ବାଦ୍ୟାଳୟର ପରିଦର୍ଶନ

316
ADVERTISEMENT

ପାରଳାଖେମୁଣ୍ଡି୨୬/୧୦(ଡ଼ି.ଏଚ/ପ୍ରଭାତ ପାତ୍ର ) : ରାଜ ଅନୁସୂଚିତ ଜାତି ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ମଙ୍ଗଳ ବିଭାଗ ଅଧୀନରେ ଥିବା ବାଦ୍ୟାଳୟର ପରିଦର୍ଶନ କରିଥିଲେ। ଗତ କାଲି ଗୁମ୍ମା ବ୍ଲକ୍ ବଡ-କଳାକୋଟ ପଞ୍ଚାୟତର କଲୁଙ୍ଗା ଗ୍ରାମ ନିକଟସ୍ଥ ମୁଞ୍ଜଲୀନ ପାହାଡ ଲଗାଣ ବର୍ଷାରେ ମାଟି ଅତଡା ଧରି ୨୧ ଟି ଘର ସମ୍ପୂର୍ଣ୍ଣ ଭାଙ୍ଗି ମାଟିରେ ମିଶିଯାଇଛି । ଏଥିରେ ୨୧ ଟି ପରିବାର ଅନେକ ବିପନ୍ନ ହୋଇ ପଡିଛନ୍ତି। ସେହି ବିପନ୍ନ ପରିବାରଙ୍କୁ ସମବେଦନା ଜଣାଇବା ପାଇଁ ମନ୍ତ୍ରୀ ଜଗନ୍ନାଥ ସାରକା ସେହି ଘଟଣା ସ୍ଥଳିକୁ ପରିଦର୍ଶନରେ ଯାଇଥିଲେ। ସେଠାରୁ ଫେରିବା ସମୟରେ ମନ୍ତ୍ରୀ ଜଗନ୍ନାଥ ସାରକା ବଡ-କଳାକୋଟ ସ୍ଥିତ। ଆଶ୍ରମ ବିଦ୍ୟାଳୟ, କାନପୁର ସ୍ଥିତ କନ୍ଯାଆଶ୍ରମ ଓ ଅରବିନ୍ଦ ପୂର୍ଣ୍ଣାଙ୍ଗ ପୁଣ୍ୟ ପିଠ ପରିଦର୍ଶନରେ ଯାଇଥିଲେ । ବଡ-କଳାକୋଟ ଓ କେସିପୁର ସ୍ଥିତ ଆଶ୍ରମ ଓ କନ୍ଯାଆଶ୍ରମ ବାଦ୍ୟାଳୟର ପରିଦର୍ଶନ ସମୟରେ ପିଲାମାନଙ୍କର ରହିବା, ଖାଇବା, ପାଠପଡା ପ୍ରଭୃତି ଉପରେ କିଭଳି ବ୍ୟବସ୍ଥା କରାଯାଇଛି ତାହା ପଚାରି ବୁଝିଥିଲେ। ବିଦ୍ୟାଳୟର ସୁବିଧା ଅସୁବିଧା ସମ୍ପର୍କରେ ପ୍ରଧାନଶିକ୍ଷକଙ୍କୁ ପଚାରି ବୁଝିଥିଲେ। ସେଷରେ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସମେତ ସାଂସଦ ଚନ୍ଦ୍ର ଶେଖର ସାହୁ, ଜିଲ୍ଲା ପର୍ଯ୍ୟବେକ୍ଷକ ପୂଣ୍ଣଚଦ୍ର ସ୍ୱାଇଁ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧ୍ୟକ୍ଷ ସୁଧୀର କୁମାର ଦାସ, ଜିଲ୍ଲାପାଳ ଅନୁପମ ସାହା, ଏସପି ସାରା ଶର୍ମା ପ୍ରମୁଖ୍ୟ ବଡ-କଳାକୋଟ ସ୍ଥିତ ଆଶ୍ରମ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ପିଲାମାନଙ୍କ ସହ ସାମିଲ ହୋଇଥିଲେ।

Advertisement