Saturday, September 26, 2026
ADVERTISEMENT
Home ଜିଲ୍ଲା ଜଳ ସଂପଦ ମନ୍ତ୍ରୀଙ୍କ ରାୟଗଡା ଜିଲ୍ଲା ଗସ୍ତ

ଜଳ ସଂପଦ ମନ୍ତ୍ରୀଙ୍କ ରାୟଗଡା ଜିଲ୍ଲା ଗସ୍ତ

328
ADVERTISEMENT

ରାୟଗଡା,୨୫/୧୦(ଡ଼ି.ଏଚ/ସୁଶାନ୍ତ ମହାରଣା) : ରାୟଗଡା ଜିଲ୍ଲାର ୩୫ପ୍ରତିଶତ ଅଣଜଳସେଚିତ ଚାଷଜମିକୁ ପାଣିମାଡିବ। ନେଇ ରାୟଗଡା ଗସ୍ତରେ ଆସି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଏହି ସୂଚନା ଦେଇଛନ୍ତି । ଜିଲ୍ଲାରେ ଖୁଦ୍ର ଜଳ ସେଚନ ଓ ଉଠା ଜଳସେଚନ ବିଭାଗରେ କିପରି କାର୍ଯ୍ୟ ଚାଲିଛି ଅଉ ଵିଶେଷକରି ଚାଷୀମାନେ କିପରି ସୁବିଧା ପାଉଛନ୍ତି ସେନେଇ ମନ୍ତ୍ରୀ ସମୀକ୍ଷା କରିଛନ୍ତି ।

ଜିଲ୍ଲାର ୧୧ଟି ବ୍ଳକରେ କେଉଁ କେଉଁ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଉଛି ଓ କେତୋଟିର ନିର୍ମାଣ ଜାରିରହିଛି ସେନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।ରାୟଗଡା ସର୍କିଟ ହାଉସ ସଭାକକ୍ଷରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆଦିବାସୀ କଲ୍ୟାଣ ମନ୍ତ୍ରୀଜଗନ୍ନାଥ ସରକା,ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀରି ଦାସ, ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ, ଓ ଖୁଦ୍ରଜଳ ସେଚନ ବିଭାଗର ନିର୍ବାହି ଯନ୍ତ୍ରୀ ଅରବିନ୍ଦ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Advertisement