ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ ତେଜିଲା

297
ADVERTISEMENT

କୋରାପୁଟ, ୨୪ା୧୦(ଡ଼ି.ଏଚ/ଦୟାନିଧି ପଟ୍ଟନାୟକ ): କୋରାପୁଟ ଜିଲ୍ଲାରେ ଜୋର ଧରିଲା ମଦ ବିରୋଧୀ ଆନ୍ଦୋଳନ। କୁନ୍ଦୁରା ପରେ ଏବେ କୋଟପାଡର ମୂର୍ତ୍ତାହାଣ୍ଡିରେ ମଦ ବିରୋଧରେ ଏକାଠି ହେଲେ ଶହ ଶହ ଆଦିବାସୀ ମହିଳା ଓ ପୁରୁଷ। ଦେଶୀ ମଦ ଭାଟି ଭାଂଗିବା ସହ ଲୁଚା ଛପାରେ ଘରେ ଘରେ ରନ୍ଧା ହେଉଥିବା ମଦ ପୋଚକୁ ନଷ୍ଟ କଲେ ।

କେବଳ ଏତିକି ନୁହଁ ଗାଁ ଗାଁ ବୁଲି ମଦ ବିରୋଧରେ ଲୋକଙ୍କୁ ସଚେତନ କରିଥିବା ବେଳେ ଚୋରା ମଦ ମାଫିଆଙ୍କୁ ଆଗାମୀ ଦିନରେ ଉଚିତ ଶିକ୍ଷା ଦେବାକୁ ନିଷ୍ପତ୍ତି ବି ନେଈଛନ୍ତି ଏମାନେ।

Advertisement