Tuesday, September 8, 2026
ADVERTISEMENT
Home ଗଜପତି ଘୂଣ୍ଣିବଳୟର ପ୍ରଭାବ, ଭୀଷଣ ବର୍ଷାରେ ଭାସୁଛି ଗଜପତି

ଘୂଣ୍ଣିବଳୟର ପ୍ରଭାବ, ଭୀଷଣ ବର୍ଷାରେ ଭାସୁଛି ଗଜପତି

359
ADVERTISEMENT

ପାରଳାଖେମୁଣ୍ଡି,୨୩/୧୦(ଡି.ଏଚ /ପ୍ରଭାତ ପାତ୍ର ) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଏହାର ପ୍ରଭାବରେ ଗତ କାଲି ରାତ୍ର ଠାରୁ ହିଁ ବର୍ଷା ଲାଗିରହିଛି। ଯାହାକୁ ନେଇ ଭୁବେନଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ମଧ୍ୟରାତ୍ରିରୁ ବର୍ଷାର ପରିମାଣ ବଢ଼ିବାରେ ଲାଗିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆହୁରି ଦୁଇ ଦିନ ବର୍ଷା ଲାଗିରହିବ । ତେଣୁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ସତର୍କତା ଅବଲମ୍ବନ କରାଯାଇଥିବା ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି। ଏଥିପାଇଁ ଜିଲ୍ଲାର ୭ ଟି ଯାକ ବ୍ଲକର ବିଡିଓଙ୍କୁ ସତର୍କ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ଲଘୁଚାପ ପ୍ରଭାବରେ ରାଜ୍ୟରେ ତିନି ଜିଲ୍ଲା ଗଜପତି, ମାଲକାନଗିରି,ଓ କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisement