Wednesday, September 23, 2026
ADVERTISEMENT
Home କୋରାପୁଟ କଳା ଓ ସଂସ୍କୃତିର ରାଜ୍ୟ ସ୍ତରିୟ ପରବ ଉଦଘାଟିତ

କଳା ଓ ସଂସ୍କୃତିର ରାଜ୍ୟ ସ୍ତରିୟ ପରବ ଉଦଘାଟିତ

1256
ADVERTISEMENT

କୋରାପୁଟ, ୨୧/୧୦ (ଡି.ଏଚ/ଦୟାନିଧି ପଟ୍ଟନାୟକ ) : କୋରାପୁଟ ଜିଲ୍ଲାର ଆଦିବାସୀ କଳା ଓ ସଂସ୍କୃତିର ଲୋକ ମହୋତ୍ସବ ରାଜ୍ୟ ସ୍ତରୀୟ ପରବ ଆଜି ରାଜ୍ୟର ଉଚ୍ଚତମ ଜଳ ପ୍ରପାତ ମାଛକୁଣ୍ଡ ସ୍ଥିତ ଡୁଡୁମା ଠାରେ ଉଦଘାଟିତ ହୋଇଅଛି । ଏହା ପାତାଲେଶ୍ବର ମହାପ୍ରଭୁଙ୍କ ଠାରେ ମଶାଲ ଜଳାଇ ୨୪ତମ ରାଜ୍ୟ ସ୍ତରୀୟ ପରବ ୨୦୧୯ ଉଦଘାଟିତ ହୋଇଅଛି । ପାତାଲେଶ୍ବର ମହାପ୍ରଭୁଙ୍କ ଠାରେ ପୂଜା କରାଯାଇ ପରବ ମଶାଳ ପ୍ରଜ୍ଵଳନ କରାଯାଇ ମାଛକୁଣ୍ଡ ସ୍ଥିତ ବାରଙ୍ଗବାଡି ପଡିଆକୁ ଅଣାଯାଇଥିଲା ।

ସେଠାରେ ହସ୍ତତନ୍ତ୍ର ମନ୍ତ୍ରୀ ପଦ୍ମିନୀ ଦିଆନ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ କୋରାପୁଟ ଏମ.ପି ସପ୍ତଗିରି ଉଲ୍ଲକା, ଜିଲ୍ଲାପାଳ ମଧୁସୂଦନ ମିଶ୍ର, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ଵର ପାଣିଗ୍ରାହୀ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁ ରାମ ପଡାଲ,ପଟାଙ୍ଗି ବିଧାୟକ ପ୍ରତିମ ପାତୀ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ ଉପସ୍ଥିତ ରହିଥିଲେ। ଆଦିବାସୀ କଳା, ସଂସ୍କୃତିର ଅପୁର୍ବ ମିଳନ ହେଉଛି ଏହି ରାଜ୍ୟ ସ୍ତରୀୟ ପର୍ବ । ଏହି ପରବ ମାଧ୍ୟମରେ ଅଞ୍ଚଳରେ ରହିଥିବା କଳା ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ଓ ପର୍ଯ୍ୟଟନ ସ୍ଥଳିର ବିକାଶ କରିବା ଏହି ପରବର ମୂଳଲକ୍ଷ୍ୟ। ଆଦିବାସୀ ନାଚ,ଡେମସା ନାଚ,ଦୁରୁଆ ନାଚରେ ପରିବେଶ ଦୁଲୁକିଥିବା ବେଳେ ରାଜ୍ୟ ସ୍ତରୀୟ ପରବ ପୋଷ୍ଟରକୁ ଉନ୍ମୋଚନ କରାଯାଇଥିଲା। ମାଛକୁଣ୍ଡ ଏକ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ବିଏସଏଫ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

Advertisement