ଲୋକସଭାର ପ୍ରଥମ ଅଧିବେଶନ ନିମନ୍ତେ ସଂସଦରେ ପହଞ୍ଚିଲେ ଏସବୁ ଫିଲ୍ମ ଷ୍ଟାର୍‌

165
ADVERTISEMENT

ନୂଆଦିଲ୍ଲୀ, ୧୭/୬ (ଗୁମରଫ ବ୍ୟୁରୋ): ଆଜି ଆରମ୍ଭ ହୋଇଛି ସପ୍ତଦଶ ତମ ଲୋକସଭାର ପ୍ରଥମ ଅଧିବେଶନ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ନବନିର୍ବାଚିତ ଏମ.ପିମାନେ ଶପଥ ନେଇଛନ୍ତି। ତେବେ, ଚଳିତଥର ସଂସଦକୁ ବହୁ ସିନେଷ୍ଟାର୍‌ ମଧ୍ୟ ନିର୍ବାଚିତ ହୋଇଆସିଛନ୍ତି। ସେମାନଙ୍କ ମଧ୍ୟରୁ କିଛି ହେଲେ…

୧- ଉତ୍ତର ପ୍ରଦେଶର ମଥୁରା ଆସନରୁ ଦ୍ୱିତୀୟ ଥର ନିର୍ବାଚିତ ଅଭିନେତ୍ରୀ ହେମାମାଳିନୀ
୨-ପଞ୍ଚାବର ଗୁରୁଦାସପୁର ଆସନରୁ ପ୍ରଥମ ଥର ନିର୍ବାଚିତ ଅଭିନେତା ସନ୍ନି ଦେଓଲ
୩-ଭୋଜପୁରୀ ସିନେଷ୍ଟାର୍‌ ରବି କିଶନ ଗୋରଖପୁର ଆସନରୁ ନିର୍ବାଚିତ
୪-ବିଗତ ଦିନରେ ଅଭିନେତ୍ରୀ ଥିବା ସ୍ମୃତି ଇରାନୀ ଆମେଠି ଲୋକସଭା ଆସନରୁ ନିର୍ବାଚିତ
୫-ଅଭିନେତ୍ରୀ ମୁନମୁନ ସେନ୍‌ ପଶ୍ଚିମବଙ୍ଗର ଆସନସୋଲ ଆସନରୁ ତୃଣମୂଳ କଂଗ୍ରେସ ଟିକେଟରେ ନିର୍ବାଚିତ
୬-ପଶ୍ଚିମବଙ୍ଗର ବସିରହାଟ ଆସନରୁ ତୃଣମୂଳ କଂଗ୍ରେସ ଟିକେଟରେ ନିର୍ବାଚିତ ବଙ୍ଗାଳୀ ଅଭିନେତ୍ରୀ ନୁସରତ ଜାହାଁ
୭-ବଲିଉଡ ଅଭିନେତ୍ରୀ କିରଣ ଖେର୍‌ ଚଣ୍ଡିଗଡ ଆସନରୁ ନିର୍ବାଚିତ
୮-ଭୋଜପୁରୀ ଅଭିନେତା ତଥା ଗାୟକ ମନୋଜ ତିଓ୍ବାରୀ ଭାଜପା ଟିକେଟରୁ ଦିଲ୍ଲୀର ନର୍ଥ ଇଷ୍ଟ ଆସନରୁ ଦ୍ୱିତୀୟଥର ନିର୍ବାଚିତ
୯-ପଞ୍ଜାବର ସଙ୍ଗରୁର ଆସନରୁ ଆମ୍‌ ଆଦମୀ ଟିକେଟରୁ ଦ୍ୱିତୀୟଥର ନିର୍ବାଚିତ ଭଗବନ୍ତ ମାନ
୧୦-ବଙ୍ଗଳା ସିନେମାର ସୁପରଷ୍ଟାର ଦେବ ଅଧିକାରୀ ତୃଣମୂଳ କଂଗ୍ରେସ ଟିକେଟରେ ଘଟଲ ଆସନରୁ ନିର୍ବାଚିତ
୧୧-ଅଭିନେତା ହଁସରାଜ ହଁସ ଉତ୍ତର ପଶ୍ଚିମ ଦିଲ୍ଲୀ ଆସନରୁ ଭାଜପା ଟିକେଟରେ ନିର୍ବାଚିତ
୧୨-ବଙ୍ଗାଳୀ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ଯାଦବପୁର ଲୋକସଭା ଆସନରୁ ନିର୍ବାଚିତ
୧୩-ବୀରଭୂମ ଆସନରୁ ତୃଣମୂଳ କଂଗ୍ରେସ ଟିକେଟରେ ଦ୍ୱିତୀୟଥର ନିର୍ବାଚିତ ଶତାବ୍ଦୀ ରାୟ

Advertisement