Friday, November 6, 2026
ADVERTISEMENT
Home ଗଜପତି ପାରଳାଖେମୁଣ୍ଡି ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୨୭ ଜଣ ଜୂଆଡି ଗିରଫ କରିଛି

ପାରଳାଖେମୁଣ୍ଡି ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୨୭ ଜଣ ଜୂଆଡି ଗିରଫ କରିଛି

287
ADVERTISEMENT

ପାରଳାଖେମୁଣ୍ଡି, ୧୪/୧୦(ଡି.ଏଚ/ପ୍ରଭାତ ପାତ୍ର ) : ପାରଳାଖେମୁଣ୍ଡିରେ କୁମର ପୂର୍ଣିମା ଆଗ ରାତ୍ର ଏସପି ସାରା ଶର୍ମାଙ୍କ ନିଦ୍ଦେର୍ଶ କ୍ରମେ ଆଦର୍ଶ ଥାନା ପୁଲିସ ଚଢାଉ କରିଥିଲା ବିଭିନ୍ନ ଜୁଆ ଆଡ୍ଡା ଉପରେ। ଏହି ଜୁଆ ଆଡା ଉପରେ ଚଢାଉ କରି ୨୭ ଜଣ ଜୂଆଡିଙ୍କୁ ଗିରଫ କରିବାରେ ସଫଳ ହୋଇଛି। ପାରଳାଖେମୁଣ୍ଡି ରାଜନଗର ଛକଠାରୁ ୬ ଜଣ ଜୂଆଡିଙ୍କୁ ଗିରଫ କରି ୧୪୦୦୦ ଟଙ୍କା ସହ ୩ ଗୋଟି ମୋବାଇଲ ଫୋନ, ନୂଆ କିମ୍ପସାହି ଠାରୁ ୧୫ ଜଣଙ୍କୁ ଗିରଫ କରି ୧,୧୩ହଜାର ଟଙ୍କା ସହ ୭ ଗୋଟି ମୋବାଇଲ ଫୋନ ଓ ପାରଳାସାହିରୁ ୬ ଜଣଙ୍କୁ ଗିରଫ କରି ୪୧୦୦ ଟଙ୍କା ୫ ଗୋଟି ମୋବାଇଲ ଫୋନ ସହ ୫ଟି ମଟର ସାଇକେଲ ଜବତ କରିଛି ଆଦର୍ଶ ଥାନା। ଏ ସଂପର୍କରେ ଆଜି ପାରଳାଖେମୁଣ୍ଡି ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଥିଲେ ଏସଡିପିଓ ଠାକୁର ପ୍ରସାଦ ପାତ୍ର ।

Advertisement