ବୀରେନ୍ଦ୍ର କୁମାର ହେଲେ ଲୋକସଭାର ଅସ୍ଥାୟୀ ବାଚସ୍ପତି

225
ADVERTISEMENT

ନୂଆଦିଲ୍ଲୀ, ୧୭/୬(ଡି.ଏଚ.ବି): ନବଗଠିତ ଲୋକସଭାର କାମଚଳା ବାଚସ୍ପତି ଭାବେ ଆଜି ବିଜେପି ସାଂସଦ ବୀରେନ୍ଦ୍ର କୁମାର ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ବୀରେନ୍ଦ୍ର କୁମାର ମଧ୍ୟପ୍ରଦେଶର ଟିକମଗଢ଼ ଲୋକସଭା ଆସନରୁ ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ମଧ୍ୟ ସେ ୭ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ବରିଷ୍ଠତା ଦୃଷ୍ଟିରୁ ତାଙ୍କୁ କାମଚଳା ବାଚସ୍ପତି କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

Advertisement