Saturday, September 19, 2026
ADVERTISEMENT
Home ଜାତୀୟ ଭାରତର ପୁଣି ଏକ ସର୍ଜିକାଲ ଷ୍ଟ୍ରାଇକ୍; ଏଥର କିନ୍ତୁ ମିଆଁମାର ସୀମାରେ

ଭାରତର ପୁଣି ଏକ ସର୍ଜିକାଲ ଷ୍ଟ୍ରାଇକ୍; ଏଥର କିନ୍ତୁ ମିଆଁମାର ସୀମାରେ

304
ADVERTISEMENT

ନୂଆଦିଲ୍ଲୀ, ୧୬/୫(ଡିଏଚବି): ଆଜି ପୁଣି ଏକ ସର୍ଜିକାଲ ଷ୍ଟ୍ରାଇକ୍ କରିଛନ୍ତି ଭାରତୀୟ ସେନା ! ଉତ୍ତର ପୂର୍ବ ମିଆଁମାର ସୀମାରେ ଥିବା ଉଗ୍ରବାଦୀଙ୍କ କ୍ୟାମ୍ପ ଉପରେ ଏହି ସର୍ଜିକାଲ ଷ୍ଟ୍ରାଇକ କରିଛନ୍ତି ଯବାନମାନେ। ତେବେ ଏହି ସର୍ଜିକାଲ ଷ୍ଟ୍ରାଇକରେ ଅନେକ ଉଗ୍ରବାଦୀଙ୍କ କ୍ୟାମ୍ପ ଧ୍ୱଂସ ହୋଇଯାଇଛି ଏବଂ ଅନେକ ଉଗ୍ରବାଦୀ ପ୍ରାଣ ବିକଳରେ ପଳାଇ ଯାଇଥିବାର ସୂଚନା ମିଳିଛି। ଉଭୟ ଭାରତ ଏବଂ ମିଆଁମାରର ଯବାନ ମିଳିତ ଆକ୍ରମଣ କରିଥିବାରୁ ଏହି ଅପରେସନକୁ ସନଶାଇନ-୨ ନାମରେ ନାମିତ କରାଯାଇଛି ।

ସୂଚନାଯୋଗ୍ୟ ଯେ, କିଛି ମାସ ହେବ ମିଆଁମାର ସୀମାରେ ଉଗ୍ରବାଦୀଙ୍କ ଗତିବିଧି ବୃଦ୍ଧି ପାଇଥିଲା। ଏହାପରେ ଫେବୃଆରୀ ୨୨ରୁ ୨୬ତାରିଖ ମଧ୍ୟରେ ଦୁଇ ଦେଶ ପକ୍ଷରୁ ଅପରେସନ ସନଶାଇନ-୧ ଆରମ୍ଭ ହୋଇଥିଲା। ଏହି ସମୟରେ ଭାରତ ପଟରେ ଥିବା ଉଗ୍ରବାଦୀମାନେ ଅପରେସନ ଭୟରେ ମିଆଁମାର ଆଡ଼କୁ ପଳାଇଯାଇଥିଲେ। ପରେ ମିଆଁମାର ସେନା ଉଗ୍ରବାଦୀମାନଙ୍କୁ ଗିରଫ କରିଥିଲେ।

ଏବେ ପୁଣିଥରେ ଉଭୟ ଦେଶର ସେନା ମିଳିତ ଅପରେସନ କରିଛନ୍ତି। ଏହି ଅପରେସନରେ ଭାରତର ଦୁଇ ବାଟାଲିୟନ ସ୍ପେଶାଲ ଫୋର୍ସ, ଅସାମ ରାଇଫଲ୍ସ ଏବଂ ଘାତକ ଇନଫେଣ୍ଟ୍ରି ଯବାନ ତଥା ମିଆଁମାରର ସେନା ଦଳ ସାମିଲ ଥିଲେ। ଅଧିକାଂଶ ଉଗ୍ରବାଦୀ କ୍ୟାମ୍ପ ଧ୍ୱଂସ ହୋଇଯାଇଥିବା ବେଳେ କେତେ ଜଣ ମରିଛନ୍ତି ସେ ନେଇ ଏବେ ସୂଚନା ମିଳିପାରି ନାହିଁ।

Advertisement