Tuesday, September 8, 2026
ADVERTISEMENT
Home Uncategorized ବିଶ୍ୱାସ ନ ହେଲେ ବି ସତ , ...

ବିଶ୍ୱାସ ନ ହେଲେ ବି ସତ , ନଦୀ ପାଣିରେ ଜଳେ ଅଖଣ୍ଡ ଦୀପ

433
ADVERTISEMENT

ମଧ୍ୟପ୍ରଦେଶ,୫/୧୦(ଡି .ଏଚ): ଧର୍ମ ଓ ଆସ୍ଥାରେ ଏଭଳି ଚମତ୍କାରିତା ରହିଛି ଯାହା ଭଗବାନଙ୍କ ଉପରେ ଥିବା ଶ୍ରଦ୍ଧାକୁ ଆହୁରି ବଢ଼ାଇଦେଇଥାଏ। ଭାରତରେ ଦେବୀ ମା’ଙ୍କର ଅନେକ ଚମତ୍କାରୀ ମନ୍ଦିର ରହିଛି। ହେଲେ ଏଭଳି ଏକ ମନ୍ଦିର ରହିଛି, ଯେଉଁଠାରେ ତେଲ କି ଘିଅରେ ନୁହେଁ ବରଂ ନଦୀର ପାଣିରେ ଅଖଣ୍ଡ ଦୀପ ଜଳିଥାଏ। ଏଭଳି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଶାଜାପୁର ଜିଲାର ମାଲଓ୍ବାରେ। ଗାଡିଆଘାଟ ମା’ଙ୍କ ନାଁରେ ପ୍ରସିଦ୍ଧ ଥିବା ଏହି ମନ୍ଦିର କାଲିସିନ୍ଧ ନଦୀ କୂଳରେ ଥିବା ଆଗର-ମଲାଓ୍ବାର ନଲଖେଡା ଗଁ।ରୁ ପ୍ରାୟ୧୫ କିଲୋମିଟର ଦୂର ଗାଡ଼ିଆ ଗାଁରେ ଅବସ୍ଥିତ। ଏଠାକାର ଚମତ୍କାରିତା ହେଉଛି, ଏହି ମନ୍ଦିରରେ ତେଲ ନୁହେଁ, ବରଂ ସେଠାରେ ବହିଯାଇଥିବା କାଲିସିନ୍ଧ ନଦୀର ପାଣିରେ ଅଖଣ୍ଡ ଜ୍ୟୋତି ଜଳିଥାଏ। କୁହାଯାଉଛି, ଦୀର୍ଘ ୫୦ ବର୍ଷ ଧରି ଏହି ଅଖଣ୍ଡ ଦୀପ ଜଳିଆସୁଛି। ପୂର୍ବରୁ ଏଠାରେ ତେଲର ଦୀପ ଜଳୁଥିଲା। ହେଲେ କିଛି କିଛି ବର୍ଷ ପୂର୍ବରୁ ପୂଜାରୀ ସିନ୍ଧୁସିଂହ ସୋନ୍ଧିଆଙ୍କୁ ମା’ ସ୍ବପ୍ନାଦେଶ ଦେଇଥିଲେ ଯେ, ଆଜିଠାରୁ ପାଣିରେ ଅଖଣ୍ଡ ଜ୍ୟୋତି ଜଳିବ। ପରଦିନ ଯେତେବେଳେ ପୂଜାରୀ ମା’ଙ୍କ ଦୀପରେ ପାଣି ଢାଳିଥିଲେ, ସେତେବେଳେ ଏହା ଜଳିବାକୁ ଲାଗିଥିଲା। ସେ ଏହି ଅଲୌକିକ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପ୍ରଥମେ ଘଟଣାକୁ କିଛି ଗ୍ରାମବାସୀ ବିଶ୍ୱାସ କରୁ ନ ଥିଲେ। କିନ୍ତୁ ଯେବେ ସେମାନେ ନିଜେ ଦୀପରେ ପାଣି ଢାଳି ଦୀପ ଜଳାଇଥିଲେ, ତାହା ଜଳିଉଠିଥିଲା। ମା’ଙ୍କର ଏହି ଅଲୌକିକ ଘଟଣା ଦେଖିବା ପାଇଁ ଦୂର ଦୂରାନ୍ତରୁ ଅନେକ ଶ୍ରଦ୍ଧାଳୁ ଏଠାକୁ ଧାଇଁ ଆସିଥାନ୍ତି। ତେବେ ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ପାଣିରେ ଦୀପ ଜାଳିବା ପରମ୍ପରା ଚାଲିଆସୁଛି। ହେଲେ ପ୍ରତିବର୍ଷ ବର୍ଷା ଋତୁରେ ଦୀପ ଜଳିପାରି ନ ଥାଏ। କାରଣ, ବର୍ଷା ଦିନେ ନଦୀର ପାଣିରେ ଏହି ମନ୍ଦିର ସମ୍ପୁର୍ଣ୍ଣ ବୁଡ଼ିଯାଇଥାଏ।

Advertisement