ହାଇଭୋଲଟେଜ ମୁକାବିଲା ପୂର୍ବରୁ ଆସିଲା ଭିଡିଓ; ନିଆଗଲା ଅଭିନନ୍ଦନଙ୍କ ବଦଲା

589
YouTube video
ADVERTISEMENT

ନୂଆଦିଲ୍ଲୀ, ୧୫/୬(ଡି.ଏଚ.ବି): ଆସନ୍ତାକାଲି ହେବାକୁଥିବା ଭାରତ-ପାକିସ୍ତାନ ମୁକାବିଲା ପୂର୍ବରୁ ଏବେ ଗୋଟିଏ ଭିଡିଓ ସୋଶିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦୁଇ ଦଳର ପ୍ରତିନିଧି ପରସ୍ପରର ମଜାକ ଉଡ଼ାଉଛନ୍ତି। କିନ୍ତୁ ଭିଡିଓରେ ଶେଷକୁ ଭାରତୀୟ ଫ୍ୟାନ୍‌ଙ୍କର ହିଁ ବିଜୟ ହେଉଛି।

ଏହାପୂର୍ବରୁ ପାକିସ୍ତାନ ପକ୍ଷରୁ ଏକ ଭିଡିଓ ବିଜ୍ଞାପନରେ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ତାଚ୍ଛଲ୍ୟ କରାଯାଇଥିବା ବେଳେ ଆଜି ଏହି ଭିଡିଓରେ ଭାରତ ଏହାର କଡ଼ା ଜବାବ ଦେଇଛି। ଫାଦର୍ସ ଡେ’ ଉପଲକ୍ଷେ ଭି ସେଭନ୍‌ ଫିଚର୍ସ ଏହି ଭିଡିଓ ୨୦ ଘଣ୍ଟା ପୂର୍ବରୁ ୟୁଟ୍ୟୁବ୍‌ରେ ପୋଷ୍ଟ କରିଥିବା ବେଳେ ଏହି ଭିଡିଓକୁ ରିପୋର୍ଟ ଲେଖା ଯାଏଁ ୧୪ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି।

ଦେଖନ୍ତୁ ଏହି ଭିଡିଓ-

https://youtu.be/qesXUEvoE80

Advertisement