ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ଫାଇନାଲ ଟକ୍କର

୩ୟ ସ୍ଥାନ ପାଇଁ ଜାପାନ- ଆମେରିକା ଲଢ଼ିବେ

156
ADVERTISEMENT

ଭୁବନେଶ୍ୱର, ୧୫/୬(ନରେନ୍ଦ୍ର ଜେନା): ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମଠାରେ ଚାଲିଥିବା ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ ହକି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଗତକାଲି ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ୨-୧ଗୋଲରେ ଆମେରିକାକୁ ହରାଇଥିବାବେଳେ ଦ୍ୱିତୀୟ ସେମିଫାଇନାଲରେ ଘରୋଇ ଭାରତ ୭-୨ଗୋଲରେ ଜାପାନକୁ ହରାଇଛି। ଏହାସହିତ ଭାରତ ଓ ଦକ୍ଷିଣ ଆଫ୍ରିକା ୨୦୨୦ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ହକି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ସେହିଭଳି ଶନିବାର ୩ୟ ସ୍ଥାନ ପାଇଁ ଜାପାନ ଓ ଆମେରିକା ମଧ୍ୟ ପରସ୍ପରକୁ ଭେଟିବେ।

Advertisement