ନୂଆଦିଲ୍ଲୀ,୧।୧୦,(ଡି .ଏଚ): ପ୍ରତିବର୍ଷ ଅକ୍ଟୋବର ୧କୁ ଅନ୍ତର୍ଜାତୀୟ ବୟସ୍କ ଦିବସ ପାଳିତ ହୋଇଆସୁଛି । ଭାରତରେ ୧୦କୋଟି ୪୦ ଲକ୍ଷରୁ ଅଧିକ ବୟସ୍କ ଲୋକ ରହିଛନ୍ତି ସେମାନଙ୍କ ସଂଖ୍ୟା ୨୦୫୦ ସୁଦ୍ଧା ୩ ଗୁଣା ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ବୟସ୍କ ଲୋକଙ୍କ ମଧ୍ୟରୁ ୫ କୋଟି ୩୦ ଲକ୍ଷ ମହିଳା ଥିବାବେଳେ ୫ କୋଟି ୧୦ ଲକ୍ଷ ପୁରୁଷ ଅଛନ୍ତି ଯେଉଁମାନଙ୍କ ମଧ୍ୟରୁ ଦେଢ଼ କୋଟି ବୟସ୍କ ଲୋକ ବିଭିନ୍ନ କାରଣରୁ ପରିବାରଠାରୁ ଅଲଗା ହୋଇ ନିଃସଙ୍ଗ ଜୀବନ ବିତାଉଛନ୍ତି।


















